ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା

ସ୍ଥିତି ପରଖିଲେ ଜିଲ୍ଲାପାଳ

ପୁରୀ, ୩।୪: ଶ୍ରୀମନ୍ଦିର ରୋଷଘରେ ହୋଇଛି ବ୍ୟାପକ ଭଙ୍ଗାରୁଜା। ଗୋଟିଏ କି ଦୁଇଟି ନୁହେଁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଛି । ଶ୍ରୀମନ୍ଦିର ରୋଷ ଘରେ ଥିବା କୋଠଭୋଗ, ସାତପୁରି, ପିଠାଗଢ଼ା, ଥାଳିଆଡ଼ ଭଳି ଥିବା ବିଭିନ୍ନ ଚୁଲାକୁ କେହି ଭାଙ୍ଗି ଦେଇଛନ୍ତି। ଆଜି ସକାଳୁ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଫଳରେ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏତେ ସଂଖ୍ୟାରେ ଚୁଲାକୁ କିଏ ଓ କାହିଁକି ଭାଙ୍ଗିଲା? କେଉଁ ଉଦ୍ଦେଶ୍ୟରେ ଏପରି କରାଯାଇଛି? ଏହି ଭଙ୍ଗାରୁଜା ପଛରେ କାହାର ହାତ ରହିଛି ? ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି ଓ ଅନ୍ୟ ସୁରକ୍ଷାବଳ ଭଙ୍ଗାରୁଜା ସମୟରେ କଣ କରୁଥିଲେ ? ଏସବୁ ପ୍ରଶ୍ନର ଉତ୍ତର ଘାଣ୍ଟୁଛି ସ୍ଥାନୀୟ ପୁଲିସ୍‌।  ରୋଷଘରେ ଭଙ୍ଗା ଘଟଣା ପ୍ରଚାରିତ ହେବା ପରେ ଶ୍ରୀମନ୍ଦିରକୁ ଯାଇ ସ୍ଥିତି ପରଖିଛନ୍ତି ପୁରୀ ଜିଲ୍ଲାପାଳ।

Comments are closed.