ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ କମିସନର

0

ଭୁବନେଶ୍ବର, ୮।୩: ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିସନର ସୁଧାଶୁ ଷଡ଼ଙ୍ଗୀ। ତାଙ୍କ ସ୍ଥାନରେ ୧୯୯୫ ବ୍ୟାଚ୍‌ର ବରିଷ୍ଠ  ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୁଲିସ କମିସନର। ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ପ୍ରକାଶ ପାଇଛି।

୧୯୯୦ ବ୍ୟାଚ୍ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ କମିଶନର ପଦବୀରୁ ହଟାଇ ପୁଲିସ ହାଉସିଂ ବୋର୍ଡ ସିଏମଡି ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଷଡ଼ଙ୍ଗୀଙ୍କ ସ୍ଥାନରେ ୧୯୯୫ ବ୍ୟାଚ୍ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ଅବସ୍ଥାପିତ କରାଯାଇଛି ।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୮ ବ୍ୟାଚ୍ ଆଇପିଏସ ଏମ.ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ବଦଳି କରାଯାଇଛି । ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ପୁଲିସ ହାଉସିଂବୋର୍ଡ ସିଏମଡି ଭାବେ କାର୍ଯ୍ୟ କରୁଥିଲେ। ସତ୍ୟଜିତ ମହାନ୍ତି ଅବସର ନେଇ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ହେବାପରେ ଅଗ୍ନିଶମ ଡିଜି ପଦ ଖାଲି ପଡ଼ିଥିଲା।

Leave A Reply

Your email address will not be published.