ରାଜ୍ୟକୁ ଆସିଲା ୩୮ ହଜାର କୋଭାକ୍ସିନ୍‌ ଡୋଜ୍

0

ଭୁବନେଶ୍ଵର, ୧୩୭: ରାଜ୍ୟକୁ ଆସିଲା ୩୮ ହଜାର ଡୋଜ୍ କୋଭାକ୍ସିନ୍ ଟିକା। ଗତକାଲି ୩ ଲକ୍ଷ ୧୬ ହଜାର ୪୫୦ ଡୋଜ୍ କୋଭିସିଲ୍ଡ ଟିକା ଆସିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୪୯ ହଜାର ୯୩୦ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ଥିବା ବେଳେ ୩ ଲକ୍ଷ ୯ ହଜାର ୫୩୦ କୋଭାକ୍ସିନ୍ ଟିକା ମହଜୁଦ ଅଛି। ସେପଟେ ରାଜ୍ୟରେ କୋଭିସିଲ୍ଡ ଟିକା ଅଭାବ ପାଇଁ ଆଜି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି। ଅନୁଗୁଳ, ବାଲେଶ୍ୱର, ଦେବଗଡ଼, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ୍‌, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା ଓ ସମ୍ବଲପୁରରେ ଟିକାକରଣ ବନ୍ଦ ରହିଛି। ମାତ୍ର ୯୭ଟି ଟିକାକରଣ କେନ୍ଦ୍ରରେ ଟିକାକରଣ ହେଉଛି। ତେବେ ସୋମବାର ଦିନ ରାଜ୍ୟରେ ୫୧,୬୫୦ ଜଣ ଟିକା ନେଇଛନ୍ତି । ୨୧୭ ସେସନ୍‌ ସାଇଟ୍‌ରେ ଟିକା ଦିଆଯାଇଛି । କୋଭାକ୍ସିନ୍‌ର ୩ , ୯୫୩୦ ଡୋଜ୍‌ ମହଜୁଦ୍‌ ରହିଛି । ତେଣୁ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ଟିକାର କୌଣସି ଅଭାବ ରହିବନି ।

Leave A Reply

Your email address will not be published.