ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା

ସିଂହଦ୍ବାର ଥାନାରେ ଶ୍ରୀମନ୍ଦିର ପ୍ରଶାସନର ମାମଲା ରୁଜୁ

0

ଭୁବନେଶ୍ବର, ୪।୪: ଶ୍ରୀମନ୍ଦିର ରୋଷ ଘରେ ୮୦ରୁ ଅଧିକ ଚୁଲି ଭଙ୍ଗାରୁଜା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏତେ ସଂଖ୍ୟାରେ ଚୁଲାକୁ କିଏ ଓ କାହିଁକି ଭାଙ୍ଗିଲା? ଏହି ଭଙ୍ଗାରୁଜା ପଛରେ କାହାର ହାତ ରହିଛି ପୁଲିସ ତା’ର ଟେର୍ ପାଇନାହିଁ।

ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ। ହେଲେ ଏବେ ଯାଏଁ ଚୁଲା ଭଙ୍ଗା ଘଟଣାରେ ଦାୟୀ କିଏ ସେ ସମ୍ପର୍କରେ ଜଣାପଡ଼ିନି। ଏହି ସମ୍ବେଦନଶୀଳ ଘଟଣାରେ କାହାରିକୁ ଚିହ୍ନଟ କରାଯାଇନି କିମ୍ବା କାର୍ଯ୍ୟାନୁଷ୍ଠାନ ବି ହୋଇନି।

ସୂଚନା ଅନୁସାରେ, ଗତକାଲି ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଖବର ସାମ୍ନାକୁ ଆସିଥଲା।। ଶ୍ରୀମନ୍ଦିର ରୋଷ ଘରେ ଥିବା କୋଠଭୋଗ, ସାତପୁରି, ପିଠାଗଢ଼ା ଓ ଥାଳିଆଡ଼ ଆଦି ପାଇଁ ଥିବା ବିଭିନ୍ନ ଚୁଲାକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ।

Leave A Reply

Your email address will not be published.