ଭୁବନେଶ୍ୱରଠାରେ ଆସନ୍ତା ୨୭-୨୮ ତାରିଖରେ ଅନୁଷ୍ଠିତ ହେବ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

0

ଭୁବନେଶ୍ୱର ୧୭/୪: ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀକୁ ତୃତୀୟ ବୈଠକ ଏବଂ ଏହାର ପୂର୍ବବର୍ତ୍ତୀ କାର୍ଯ୍ଯକ୍ରମ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଣାଳୟର ବରିଷ୍ଠ ଅଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ସଚିବ ଶ୍ରୀ କେ. ସଞ୍ଜୟ ମୂର୍ତ୍ତୀ, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଶ୍ରୀ ଅତୁଲ କୁମାର ତିୱାରୀ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

ଏହି ଅବସରରେ ସଚିବ ମୂର୍ତ୍ତି କହିଥିଲେ କି ଭୁବନେଶ୍ୱରଠାରୁ ଆସନ୍ତା ୨୭-୨୮ ଏପ୍ରିଲ, ୨୦୨୩ରେ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଅନୁଷ୍ଠିତ ହେବ । ଏଥିପୂର୍ବରୁ ଏପ୍ରିଲ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକ୍ ବୈଠକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟର ଭବିଷ୍ୟତ ବିଷୟବସ୍ତୁ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ ଏବଂ ଏହାକୁ ସାଧାରଣ ଜନତାଙ୍କୁ ପାଇଁ ଏପ୍ରିଲ ୨୩ରୁ ୨୫ ଏବଂ ଏହା ପରେ ଏପ୍ରିଲ ୨୭ ଏବଂ ୨୮ ତାରିଖ ପର୍ଯ୍ୟନ୍ତ ଖୋଲାଯିବ ।

ଓଡ଼ିଶା ଏକ ପ୍ରମୁଖ ଜନଜାତି ଜନସଂଖ୍ୟା ବହୁଳ ରାଜ୍ୟ ହୋଇଥିବାରୁ  ଓଡ଼ିଶାର  ଜନଜାତିମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ଜନଜାତି ବର୍ଗଙ୍କ ଉତ୍ପାଦ ପ୍ରଦର୍ଶିତ ହେବ । ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଥିବାରୁ ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ବା ମିଲେଟ୍ ଉପରେ ଏକ ଖାଦ୍ୟ ମେଳା ଆୟୋଜନ କରାଯିବା ସହିତ ଏଥିରେ ସ୍ଥାନୀୟ ବ୍ୟଞ୍ଜନ ପ୍ରଦର୍ଶିତ ହେବ । ଜି୨୦ ପ୍ରତିନିଧିମାନଙ୍କୁ ଭାରତର ପାରମ୍ପରିକ ଖାଦ୍ୟଦ୍ରବ୍ୟ ପରିବେଷଣ କରାଯିବ ।

 

Leave A Reply

Your email address will not be published.