ଆରମ୍ଭ ହେଲା ଆଦିବାସୀ ମେଳା- ୨୦୨୩, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର, ୨୦।୨: ସହରରେ ଝଲସିଲା ଅଦିବାସୀ ଗାଁ ଓ ଜୀବନଶୈଳୀ। କାରଣ ଆଜିଠାରୁ ୟୁନିଟ-୧ ଆଦିବାସୀ ପଡ଼ିଆରେ ଆରମ୍ଭ ହୋଇଯାଇଛି ଆଦିବାସୀ ମେଳା-୨୦୨୩। ଉଦଘାଟନ କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠାରୁ ଆରମ୍ଭ ହୋଇ ୧୫ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଆଦିବାସୀ ମେଳା। ତେବେ ଆଦିବାସୀ ମେଳାରେ ମୁଖ୍ୟ ଆକର୍ଷଣ ସାଜିବ ୧୦ଟି ଜନଜାତିଙ୍କ ଘର। ଚକୋଟିଆ, ଭୁଞ୍ଜିଆ, କୁଟିଆ କନ୍ଧ, ଡ଼ଙ୍ଗରିଆ କନ୍ଧ, ସଉରା, ଲାଞ୍ଜିଆ ସଉରା, ପାଉଡି ଭୂୟାଁ, ବଣ୍ଡା, କୂଟିଆ କନ୍ଧ, ପାହାଡ଼ି ଖଡ଼ିଆ ଓ ମାଙ୍କଡିଆ, ଜୁଆଙ୍ଗ ଘର ଆଦି ଜନଜାତିର ଘର ପ୍ରଦର୍ଶିତ କରାଯାଇଛି।

ଏହାସହ ଆଦିବାସୀ ମାନଙ୍କ ଦୈନନ୍ଦିନ ଜୀବନ ଓ ଜୀବିକା ମଧ୍ୟ ଦେଖିବାକୁ ମିଳିବ। ଏହି ମେଳା ରାଜ୍ୟ ତଥା ଦେଶର ବିଭିନ୍ନ ଭାଗର ଆଦିବାସୀ ବର୍ଗର ଲୋକମାନଙ୍କୁ ନିଜର ପାରମ୍ପରିକ ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟକୁ ବିକ୍ରି କରିବା ନେଇ ପାଖାପାଖି ୩୦୦ ରୁ ଅଧିକ ଷ୍ଟଲ ପଡ଼ିବାର ବ୍ୟବସ୍ଥା କରାଯାଇଛି। ଆଦିବାସୀ ମେଳାରେ ମୁଖ୍ୟ ଆକର୍ଷଣ ସାଜିଛି ଡଙ୍ଗରିଆ କନ୍ଧଙ୍କ କୁଡ଼ିଆ । ମେଳାକୁ ଆସିଥିଲେ ବି ନିଜ ସଂସ୍କୃତି ପରମ୍ପରାକୁ ଭୁଲି ନାହାନ୍ତି ଡଙ୍ଗରିଆମାନେ। ଆଉ ସେଥିପାଇଁ ଏଠି ଧରଣୀ ପୂଜା ସାଙ୍ଗକୁ ଗ୍ରାମ ଦେବତୀଙ୍କୁ ପୂଜା କରୁଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ସେମାନେ ଏହି ପୂଜା କରୁଥିବା ବେଳେ କେମିତି ଏ ପୂଜା କରାଯାଏ ଏବଂ ପୂଜା କରି ସେମାନେ କଣ ପ୍ରାର୍ଥନା କରନ୍ତି ସେ ବିଷୟରେ କହିଛନ୍ତି।

Leave A Reply

Your email address will not be published.