ପୁଣି ଚିନ୍ତା ବଢ଼ାଇଲା କରୋନା, ଇସ୍ରାଇଲରେ ଚିହ୍ନଟ ହେଲା ନୂଆ ଭ୍ୟାରିଆଣ୍ଟ

0

ଭୁବନେଶ୍ବର, ୧୬।୩: ଯୁଦ୍ଧ ବିଭୀଷିକା ମଧ୍ୟରେ ବିଶ୍ବ ଯୁଝୁଥିବା ବେଳ ଗତ କିଛି ଦିନ ହେବ ଇସ୍ରାଏଲରେ କରୋନାର ଏକ ନୂତନ ଭାରିଆଣ୍ଟ ଦେଖିବାକୁ ମିଳିଛିଏହି ଭାରିଆଣ୍ଟର ଦୁଇଟି ମାମଲା ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସକାଳେ ଘୋଷଣା କରିଛି। ଫଳରେ ପୁଣି କରୋନା ଭୂତାଣୁ ମାନବ ସମାଜ ପ୍ରତି ଚିନ୍ତାର କାରଣ ପାଲଟିଛି।

ଓମିକ୍ରର ମିଶ୍ରିତ ସବ୍‌ଭାରିଆଣ୍ଟ୍ ବିଏ.୧ ଓ ଅନ୍ୟ ଏକ ସବଭାରିଆଣ୍ଟ୍, ବିଏ.୨ର ମିଶ୍ରଣରେ କମ୍ ଜ୍ୱର, ମାଂସପେଶୀ ଯନ୍ତ୍ରଣା ମୁଣ୍ଡବିନ୍ଧା ଭଳି ହାଲୁକା ଲକ୍ଷଣ ସୃଷ୍ଟି କରୁଛିହା ବିଶେଷ ଚିକିତ୍ସାର ଆବଶ୍ୟକତା କରୁନାହିଁଏହି ଭାରିଆଣ୍ଟଟି ସମ୍ପୂର୍ଣ୍ଣ ଭାବରେ ବିଶ୍ବ ପାଇଁ ଅଜଣା ହୋଇ ରହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବେନ ଗୁଆରିନ୍ ବିମାନବନ୍ଦରରେ ଇସ୍ରାଏଲ୍‌ର ଯାତ୍ରୀଙ୍କଠାରୁ ନିଆଯାଇଥିବା ପିସିଆର୍‌ ପରୀକ୍ଷଣରେ ଏହି ରୋଗ ଚିହ୍ନଟ କରାଯାଇଛି ।

ଓମିକ୍ରନର ପ୍ରାରମ୍ଭିକ ମାମଲା ପରେ କିଛି ଲୋକଙ୍କୁ ପୁନଃ ସଂକ୍ରମିତ କରିବାରେ ବିଏ.୨ ଭାରିଆଣ୍ଟକୁ ଯୋଡ଼ାଯାଇଛି। ଏହା ଅଧିକ ଗୁରୁତର ରୋଗ ସୃଷ୍ଟି କରେ କି ନାହିଁ ତାଉପରେ ମିଶ୍ରିତ ଅନୁସନ୍ଧାନ ଚାଲିଛି । କିନ୍ତୁ ଟିକା ଏହା ବିରୁଦ୍ଧରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି ।

Leave A Reply

Your email address will not be published.