ସରିଲା ସର୍ବଦଳୀୟ ବୈଠକ, ଧାନ କିଣା ନେଇ ଆସନ୍ତାକାଲି ଆଭିମୁଖ୍ୟ ସ୍ପଷ୍ଟ କରିବେ ସରକାର

0

ଭୁବନେଶ୍ୱର ୧୮।୩: ସରିଲା ସର୍ବଦଳୀୟ ବୈଠକ। ତେବେ ବୈଠକ ପରେ ଗୃହ କାର୍ଯ୍ୟ ପାଇଁ ବାଟ ଫିଟିଛି। ଧାନ କିଣା ନେଇ ଆସନ୍ତାକାଲି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବ। ଆସନ୍ତାକାଲି ଧାନ କିଣା ନେଇ ସାଢେ ୧୧ଟାରେ ବିବୃତି ରଖିବେ ଯୋଗାଣ ମନ୍ତ୍ରୀ । ଏନେଇ ବୈଠକ ପରେ ଗୃହରେ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ସୁବାସ ପାଣିଗ୍ରାହୀ ପ୍ରସଙ୍ଗ ଗୃହରେ ଆଲୋଚନା ହେବନି । ଏହି ପ୍ରସଙ୍ଗକୁ ସ୍ୱାଧିକାର କମିଟିକୁ ପଠାଯିବ । ଆସନ୍ତାକାଲି ସାଢେ ୧୦ଟା ଯାଏ ଗୃହ ମୁଲତବୀ ଘୋଷଣା ହୋଇଛି।
ପାଞ୍ଚ ଦିନ ହେଲା ବିଧାନସଭାରେ ସର୍ବଦଳୀୟ ବୈଠକ ବସୁଥିଲେ ମଧ୍ୟ ନିଷ୍କର୍ସ ବାହାରିପାରୁନଥିଲା । ଶାସକ ଓ ବିରୋଧୀ ଦଳ ସଦସ୍ୟ ନିଜ ଜିଦରେ ଅଟଳ ଥିଲେ । ବିରୋଧୀ ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ରଖିବାକୁ ଦାବି କରୁଥିବାବେଳେ ଶାସକ ଦଳ ଏହାକୁ ମାନିବାକୁ ନାରାଜ ଥିଲେ । ଓଲଟି ଶାସକ ଦଳ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ ଦାବି କରୁଥିଲା। ଫଳରେ ବାରମ୍ବାର ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ସୁଦ୍ଧା ସମାଧାନର ବାଟ ବହାରିପାରୁନଥିଲା । ତେବେ ଆଜି ବୈଠକ ପରେ ଗୃହ କାର୍ଯ୍ୟ ପାଇଁ ବାଟ ଫିଟିଛି । ଧାନ କିଣା ନେଇ ଆସନ୍ତାକାଲି ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବ । ଆସନ୍ତାକାଲି ଧାନ କିଣା ନେଇ ସାଢେ ୧୧ଟାରେ ଯୋଗାଣ ମନ୍ତ୍ରୀ ବିବୃତି ରଖିବେ । ଏନେଇ ବୈଠକ ପରେ ଗୃହରେ ବାଚସ୍ପତି ଘୋଷଣା କରିଛନ୍ତି । ଅନ୍ୟପଟେ ସୁବାସ ପାଣିଗ୍ରାହୀ ପ୍ରସଙ୍ଗ ଗୃହରେ ଆଲୋଚନା ହେବନାହିଁ । ଏହି ପ୍ରସଙ୍ଗକୁ ସ୍ୱାଧିକାର କମିଟିକୁ ପଠାଯିବ ବୋଲି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.