ଡିସେମ୍ବର ୧ରୁ ୩୧ ବିଧାନସଭା ଅଧିବେଶନ, ଦିନକୁ ୫ ଘଣ୍ଟା ଚାଲିବ ଗୃହ : ବାଚସ୍ପତି

0

ଭୁବନେଶ୍ଵର, ୨୯/୧୧: ଦିନକ ପରେ ଆରମ୍ଭ ହେବ ଶୀତକାଳୀନ ବିଧାନସଭା ଅଧିବେଶନ। ଏହା ପୂର୍ବରୁ ସୋମବାର ସର୍ବଦଳୀୟ ବୈଠକ ବସିଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ସର୍ବଦଳୀୟ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେ କହିଛନ୍ତି ଯେ, ଆସନ୍ତା ଡିସେମ୍ବର ୧ରୁ ୩୧ ତାରିଖ ଯାଏ ବିଧାନସଭା ଅଧିବେଶନ ଚାଲିବ। ବିଧାନସଭା ସା‌ଢ଼େ ୧୦ଟାରୁ ଆରମ୍ଭ ହୋଇ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏହାପରେ ଅପରାହ୍ଣ ୪ଟାରୁ ୬ଟା ଯାଏ ଚାଲିବ। ଅର୍ଥାତ୍ ଦିନକୁ ୫ ଘଣ୍ଟା ଚାଲିବ ଗୃହ।

ପ୍ରଥମ ଦିନ ବିଧାନସଭା ୧୧ଟାରେ ଆରମ୍ଭ ହେବ ୫ଟା ବେଳେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ ୯୦ ମିନିଟ୍ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳ ୩୫ ମିନିଟ୍ ରହିବ ସପ୍ତାହକ ୬ ଦିନ ଭିତରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ୪ ଦିନ କଂଗ୍ରେସ ଓ ୨ ଦିନ ମୁଲତବୀ ପ୍ରସ୍ତ‌ାବ ଦେଇ ପାରିବେକୋଭିଡ ଗାଇଡଲାଇନ ଭିତରେ ବିଧାନସଭା ବସିବ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟ୍ଟଗୋଳ ନକରିବା ପାଇଁ ଥିବା ପ୍ରସ୍ତାକୁ ସମସ୍ତଙ୍କୁ ଅବଗତ କରାଯାଇଛି ସେମାନେ ଶୁଣିଲେ ଆଇନରେ ଯାହା ଥିବ ସେହି ବାଟରେ ଯିବ ଏହାକୁ ମାନିବା କି ନମାନିବା ଜଣେ ବିଧାୟକଙ୍କ ଆଚରଣ ଉପରେ ନିର୍ଭର କରେ ନମାନିଲେ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଛନ୍ତିସେହିପରି ବିଜେପିର ବୟକଟ କରିବା ପ୍ରସଙ୍ଗରେ ବାଚସ୍ପତି କହିଛନ୍ତି ଯେ, ଯାହା ନିୟମରେ ରହିଛି ସେହି ଅନୁସାରେ କରାଯାଇଛିଯଦି ସେମାନେ ବିରୋଧୀ ଦଳ ନେତାଙ୍କ ବଦଳରେ ଆଉ କାହାକୁ ବସାଇବାକୁ ଚାହୁଁଛନ୍ତି ତାଙ୍କ ଲେଜିସିଲେଟିଭ ପାର୍ଟି ଲେଖିକି ଦେଲେ ହେବ।

Leave A Reply

Your email address will not be published.