ଓମିକ୍ରନ୍ ପ୍ରଜାତିକୁ ନେଇ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ବିଦେଶୀ ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶାବଳୀ

0

ନୂଆଦିଲ୍ଲୀ, ୨୮।୧୧: କରୋନାର ନୂଆ ଓମିକ୍ରନ୍ ଭାରିଆଣ୍ଟ ପାଇଁ କେନ୍ଦ୍ର ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ଯାହା ଡିସେମ୍ବର ୧ରୁ କାର୍ଯ୍ୟକାରୀ ହେବ। ଏହା ଅଧୀନରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ୧୪ ଦିନର ଯାତ୍ରା ଇତିହାସ ବା ଟ୍ରାଭେଲ ହିଷ୍ଟ୍ରି ଓ ନେଗେଟିଭ୍‌ର୍‌ଟିପିସିଆର୍‌ ରିପୋର୍ଟ ଦାଖଲ କରିବାକୁ ପଡ଼ିସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, ଓମିକ୍ରନ୍ ଭାରିଆଣ୍ଟ ଆଶଙ୍କା ଥିବା ଦେଶରୁ ଆସୁଥିବା ଯାତ୍ରୀମାନଙ୍କର ବିମାନବନ୍ଦରରେ କରୋନା ପରୀକ୍ଷା କରାଯିବ ଏବଂ ସେଠାରେ ସେମାନଙ୍କୁ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ଯଦି ରିପୋର୍ଟ ନକାରାତ୍ମକ ଆସେ ତେବେ ସେମାନଙ୍କୁ ୭ ଦିନ ପାଇଁ ଘରେ ସଙ୍ଗରୋଧରେ ରହିବାକୁ ପଡ଼ିଅଷ୍ଟମ ଦିନରେ ଦ୍ୱିତୀୟ ପରୀକ୍ଷା ହେବ ଯଦି ରିପୋର୍ଟ ନେଗେଟିଭ ହୁଏ ତେବେ ଆଗାମୀ ୭ ଦିନ ପାଇଁ ସେଲ୍ଫ-ମନିଟରିଂ କରିବାକୁ ପଡ଼ି

Leave A Reply

Your email address will not be published.