ଜେ ବି ନଡ୍ଡାଙ୍କ ଗାଡ଼ିକୁ ଆକ୍ରମଣ ଘଟଣା: ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ସଚିବଙ୍କୁ ସମନ

ନୂଆଦିଲ୍ଲୀ, ୧୧।୧୨:  ଗତକାଲି ବିଜେପି ନେତା ଜେ ପି ନଡ୍ଡାଙ୍କ ଗାଡ଼ି ଉପରେ ଆକ୍ରମଣ କରାଯିବା ଘଟଣା ଓ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ପଶ୍ଚିମବଙ୍ଗର ଡିଜିପି ଓ ମୁଖ୍ୟ ସଚିବଙ୍କୁ ଡିସେମ୍ବର ୧୪ ତାରିଖରେ ହାଜର ହେବାକୁ ନିର୍ଦେଶ ଦେଇଛି।

ପଶ୍ଚିମବଙ୍ଗରେ ବିଜେପି ମୁଖ୍ୟଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣ ସମୟରେ ନିରାପତ୍ତା ବ୍ୟବସ୍ଥା ଯଥେଷ୍ଟ ନ ଥିଲା ବୋଲି ରାଜ୍ୟପାଳ ଜଗଦୀପ ଧନକର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ କରିଥିଲେ। ନିରାପତ୍ତା ବ୍ୟବସ୍ଥା ଯଥେଷ୍ଟ ନ ଥିବାରୁ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗର ଅନ୍ୟ ବିଜେପି ନେତାଙ୍କ ଉପରେ ଆକ୍ରମଣ ହୋଇଥିବା କଥା ସେ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେ ଜଣାଇଛନ୍ତି, ସ୍ଥାନୀୟ ପୁଲିସ ନିରାପତ୍ତା ନିୟମକୁ ନିଷ୍ଠାପର ଭାବେ ପାଳନ କରିବା ଉଚିତ ଥିଲା। କିନ୍ତୁ ନିରାପତ୍ତା ନିୟମରେ ଅବହେଳା କରାଯାଇଥିଲା।

ଗୁରୁବାର ଦିନ ଘଟିଥିବା ସବୁ ଘଟଣାର ପୂର୍ଣ୍ଣ ବିବରଣୀ ପାଇବାକୁ ପଶ୍ଚିମବଙ୍ଗର ରାଜ୍ୟପାଳ ‘ଜାତୀୟ ମହିଳା କମିସନ୍‌’ଙ୍କ ସହ ଆଲୋଚନା କରିବେ। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପଶ୍ଚିମବଙ୍ଗ ଡିଜିପି ଏବଂ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ରାଜ୍ୟପାଳ କହିଛନ୍ତି।

Comments are closed.