ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ବର,୦୨/୦୧: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ। ଥଣ୍ଡା ଜ୍ୱର ହେବାରୁ ସେ ଦୁର୍ବଳ ଅନୁଭବ କରିଥିଲେ। ଏହାପରେ ଷଡ଼ଙ୍ଗୀଙ୍କୁ ବାଲେଶ୍ୱର ଫକିରମୋହନ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏବେ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଦୀର୍ଘଦିନ ହେବ ତାଙ୍କୁ ଥଣ୍ଡା କାଶ ହେଉଥିଲା। ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଯୋଗୁ ଏହାକୁ ଗୁରୁତ୍ୱ ଦେଇନଥିଲେ। ଆଜି ହଠାତ  ଅସୁସ୍ଥ ଅନୁଭବ କରିବା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ବାଲେଶ୍ଵର ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋଭିଡ଼ ପରୀକ୍ଷା କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ନିମୋନିଆର ଲକ୍ଷଣ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ସିଡିଏମଓଙ୍କ ପରାମର୍ଶରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏଡିଏମଓ ମୃତ୍ୟୁଜ୍ଞୟ ମିଶ୍ର ତାଙ୍କର ଚିକିତ୍ସା କରୁଥିବା ଜଣାପଡିଛି।ତାଙ୍କର ଶୁଭେଛୁ ଓ ଅଞ୍ଚଳବାସୀ ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି। ଏହା ସହ ତାଙ୍କର ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଉପସ୍ଥିତ ଅଛନ୍ତି।

 

Comments are closed.