ଇଲେକ୍ଟୋରାଲ ବଣ୍ଡ: ତାଲିକାର ଶୀର୍ଷରେ ବିଜେପି, ପଛକୁ ଟିଏମସି

0

ନୂଆଦିଲ୍ଲୀ, ୧୭/୩: ରବିବାର ସାର୍ବଜନୀନ ହୋଇଥିବା ଭାରତୀୟ ନିର୍ବାଚନ କମିଶନଙ୍କ ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ମୋଟ ୬,୯୮୬.୫ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍‌ ନଗଦ କରିଛି, ଯେଉଁଥିରୁ ୨୦୧୯-୨୦ରେ ସର୍ବାଧିକ ୨.୫ କୋଟି ଟଙ୍କା ମିଳିଛି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଇଲେକ୍ଟୋରାଲ ବଣ୍ଡ ଜରିଆରେ ୧୩୯୭ କୋଟି ଟଙ୍କା ପାଇଛି, ଯାହା କି ବିଜେପି ପରେ ଦ୍ୱିତୀୟ ବୃହତ୍ତମ।

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଲଟେରି କିଙ୍ଗ ସାଣ୍ଟିଆଗୋ ମାର୍ଟିନଙ୍କ ଫ୍ୟୁଚର ଗେମିଂରୁ ୫୦୯ କୋଟି ଟଙ୍କା ସମେତ ଦ୍ରାବିଡ ମୁନେତ୍ରା କଜଗମ (ଡିଏମ୍‌କେ)କୁ ଇଲେକ୍ଟୋରାଲ ବଣ୍ଡ ଜରିଆରେ ୬୫୬.୫ କୋଟି ଟଙ୍କା ମିଳିଛି। ଇଲେକ୍ଟୋରାଲ ବଣ୍ଡ ଜରିଆରେ କଂଗ୍ରେସ ମୋଟ ୧୩୩୪.୩୫ କୋଟି ଟଙ୍କା ଆୟ କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିସନ ରବିବାର ଇଲେକ୍ଟୋରାଲ ବଣ୍ଡର ନୂଆ ତଥ୍ୟ ସାର୍ବଜନୀନ କରିଛନ୍ତି, ଯାହାକୁ ସିଲ୍‌ କଭରରେ ପ୍ରଥମେ ସୁପ୍ରିମକୋର୍ଟରେ ଦାଖଲ କରା ଯାଇଥିଲା ଏବଂ ପରେ ଏହାକୁ ସାର୍ବଜନୀନ କରିବାକୁ କୁହା ଯାଇଥିଲା। ସୁପ୍ରିମ୍‌କୋର୍ଟର ରେଜିଷ୍ଟ୍ରିରୁ ମିଳିଥିବା ଡିଜିଟାଇଜ୍‌ ଫର୍ମରେ ମିଳିଥିବା ତଥ୍ୟକୁ ଆଜି ନିର୍ବାଚନ କମିସନ ଆଜି ନିଜ ୱେବସାଇଟ୍‌ରେ ଅପଲୋଡ୍‌ କରିଛନ୍ତି।

 

Leave A Reply

Your email address will not be published.