ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍

ଭୁବନେଶ୍ବର, ୨୩।୧୨: ବ୍ରିଟେନ ଫେରନ୍ତା କରୋନା ପଜିଟିଭ୍‌। ଭୁବନେଶ୍ୱରକୁ ଗତ ଡିସେମ୍ବର ୧୮ ତାରିଖରେ ବ୍ରିଟେନରୁ ଫେରିଥିବା ବ୍ୟକ୍ତି କରୋନା ପଜିଟିଭ। କରୋନା ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ପଜିଟିଭି ଚିହ୍ନଟ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପରିବାର ଲୋକଙ୍କର ବି କରୋନା ପରୀକ୍ଷା କରାଯାଇଛି। ତେବେ ବ୍ରିଟେନ ଫେରନ୍ତାଙ୍କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଏମସି କମିସନର ପ୍ରେମଚାନ୍ଦ ଚୌଧୁରୀ। ବ୍ରିଟେନରେ କରୋନା ନୂଆ ଷ୍ଟ୍ରେନ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ହୋଇପଡିଥିବା ବେଳେ ରାଜଧାନୀରେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Comments are closed.