ବଞ୍ଚିଛି ଡନ୍ ଛୋଟା ରାଜନ: ଏମ୍‌ସରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ, ୭।୫: ଅଣ୍ଡରୱାର୍ଲ୍ଡର କୁଖ୍ୟାତ ଡନ୍‌ ଛୋଟା ରାଜନ ଏବେ ବି ବଞ୍ଚିଛି ଓ ଏମ୍‌ସରେ ଚିକିତ୍ସିତ ହେଉଛି। ଛୋଟା ରାଜନର କରୋନାରେ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେ ବଞ୍ଚିଥିବା ନେଇ ଏବେ ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଛୋଟା ରାଜନର ବର୍ତ୍ତମାନ ଚିକିତ୍ସା ଚାଲିଛି। ସେ ଏବେ ବି ବଞ୍ଚିଛି ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ତିହାଡ଼ ଜେଲ୍‌ରେ ଥିବା ଛୋଟା ରାଜନର ଏପ୍ରିଲ ଶେଷ ସପ୍ତାହରେ କରୋନା ପଜିଟିଭ୍ ହୋଇଥିଲା। ଏହାପରେ ପରେ ତାକୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିବା ପରେ ଆଜି ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଥିଲା।

କୁଖ୍ୟାତ ଅପରାଧୀ ଛୋଟା ରାଜନ ଉପରେ ଅପହରଣ ଓ ହତ୍ୟା ଭଳି ୭୦ରୁ ଅଧିକ ଜଘନ୍ୟ ମାମଲା ରହିଛି। ମୁମ୍ବାଇର ବରିଷ୍ଟ ସାମ୍ବାଦିକ ଜ୍ୟୋତିର୍ମୟ ଦେଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା ରାଜନକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ସେହିପରି ଅନ୍ୟ ଏକ ମାମଲା ହନିଫ କଡ଼ାୱାଲା ହତ୍ୟା ଘଟଣାରେ ସିବିଆଇ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲା ଛୋଟା ରାଜନ। ସେହିପରି ୧୯୯୩ ମୁମ୍ବାଇ ସିରିୟଲ ବିସ୍ଫୋରଣ ମାମଲାରେ ମଧ୍ୟ ଛୋଟା ରାଜନର ଦୋଷୀ ସାବ୍ୟସ୍ତ ହୋଇଛି।

ଛୋଟା ରାଜନର ପ୍ରକୃତ ନାମ ରାଜେନ୍ଦ୍ର ନିକାଲଜେ। ଇଣ୍ଡୋନେସିଆରେ ଲୁଚିଥିବା ଛୋଟା ରାଜନକୁ ୨୦୧୫ରେ  ଭାରତ ଅଣାଯାଇଥିଲା। ଏହାପରେ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲା ଏହି ଅନ୍ତର୍ଜାତୀୟ କୁଖ୍ୟାତ ଅପରାଧି। ୨୬ ଏପ୍ରିଲ୍‌ରେ ସେ କରୋନା ପଜିଟିଭି ହେବା ପରେ ଚିକିତ୍ସା ପାଇଁ ତାକୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା।  

Comments are closed.