ଚୀନ୍‌ ପ୍ରସ୍ତୁତ କରୁଛି ‘ସୁପର ସୋଲ୍ଜର’: ଜିନ୍‌ ଏଡିଟିଂ ଦ୍ବାରା ହେବ ଶକ୍ତିଶାଳୀ ସୈନ୍ୟବାହିନୀ

0

ଆମେରିକା, ୬।୧୨: ବିସ୍ତାରବାଦୀ ଚିନ୍ତାଧାରା ରଖୁଥିବା ଚୀନ୍‌ ଏବେ ‘ସୁପର ସୋଲ୍‌ଜର୍’ ପ୍ରସ୍ତୁତ କରୁଛି। ସୀମା ବିବାଦ ଓ ଚୀନ୍‌ର ଯୁଦ୍ଧଖୋର ମନୋବୃତି ନେଇ ଭାରତ ଓ ଆମେରିକା ସହ ସବୁବେଳେ ଚୀନ୍‌ର ଯୁଦ୍ଧ ପରିସ୍ଥିତି ଦେଖାଦିଏ। ଏଭଳି ସ୍ଥଳରେ ଶତ୍ରୁ ପକ୍ଷକୁ ପରାସ୍ତ କରିବା ତଥା ନିଜର ବିଜୟକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଚୀନ୍‌ ଏହି ସୁପର ସୋଲ୍‌ଜର୍‌ ସେନାବାହିନୀ ପ୍ରସ୍ତୁତ କରୁଛି।
ଏହି ‘ସୁପର ସୋଲଜର’ ପ୍ରସ୍ତୁତିରେ ସାଧାରଣ ସେନାକୁ ନିୟୋଜିତ କରାଯାଉଥିବା ବେଳେ ସେମାନଙ୍କର ଗୁଣସୂତ୍ରରେ କେତକ ବାୟୋଲୋଜିକାଲ ପରିବର୍ତ୍ତନ କରି ସେମାନଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ଚେଷ୍ଟା କରୁଛି ଚୀନ। ଏ ସଂପର୍କରେ ଆମେରିକା ଗୋଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ଏକ ଆର୍ନ୍ତଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଚୀନ ଆମେରିକା ସହିତ ବିଶ୍ୱର ସମସ୍ତ ରାଷ୍ଟ୍ରକୁ ନିଜ କବଳକୁ ନେବାକୁ ଏ ଭଳି ଷଡ଼ଯନ୍ତ୍ର ରଚୁଛି। ଚୀନ ଥରେ ଏହି ‘ସୁପର ସୋଲଜର’ ପ୍ରସ୍ତୁତିରେ ସଫଳ ହୋଇଗଲେ ତାହା ସମଗ୍ର ମାନବ ସଭ୍ୟତା ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏହା ଆଜିର କଥା ନୁହେଁ ଦୀର୍ଘ ବର୍ଷ ହେବ ଚାଇନା ଜିନ୍ ଏଡିଟିଙ୍ଗ୍ ବା (ଗୁଣସୂତ୍ରରେ ପରିବର୍ତ୍ତନ) କରି ଶକ୍ତିଶାଳୀ ସୈନ୍ୟ ସୃଷ୍ଟି କରିବାକୁ ଗବେଷଣା ଚଳାଇଛି ।

ଚୀନର ବିସ୍ତାରବାଦୀ ଚିନ୍ତାଧାରା ଏବେ ସାରା ବିଶ୍ୱର ଚିନ୍ତା ବଢାଇବାରେ ଲାଗିଛି। ଲଦାଖ ଠାରୁ ତାଇୱାନ ପର୍ଯ୍ୟନ୍ତ ଚୀନ, ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି କରିଚାଲିଛି। ଏଣୁ ଅନେକ ସମୟରେ ଭାରତ ଓ ଆମେରିକା ସହ ଚୀନ୍‌ର ଯୁଦ୍ଧ ପରିସ୍ଥିତି ପ୍ରାୟ ସମୟରେ ଉପୁଜିଥାଏ। ଆମେରିକୀୟ ଫିଲ୍ମ ‘କ୍ୟାପଟେନ୍ ଆମେରିକା’ ଓ ୟୁନିଭର୍ସାଲ ସୋଲଜର ଭଳି ସୈନ୍ୟ ତିଆରି କରିବାକୁ ଚାଇନା ଗବେଷଣା ଜାରି ରଖିଛି ବୋଲି କୁହାଯାଇଛି ।
ଏ ସଂପର୍କରେ ଚାଇନା ସୈନ୍ୟବାହିନୀର ଜଣେ ଉଚ୍ଚ ଅଧିକାରୀ ୨୦୧୭ରୁ ସୂଚନା ଦେଇଥିଲେ।
ହେଲେ ଭାରତ ହେଉକି ଆମେରିକା ବା ଅନ୍ୟ ଦେଶ । ଯେଉଁମାନେ ଚୀନର ଏହି ବିସ୍ତାରବାଦୀ ନୀତିରେ ପ୍ରଭାବିତ ହେଉଛନ୍ତି ସେହି ଦେଶମାନେ ଏକତ୍ରିତ ହୋଇ ଚୀନ ସହିତ ଯୁଦ୍ଧ କରିବା ସମ୍ଭବ ନୁହେଁ। କାରଣ ସମସ୍ତ ଦେଶର ସେନା ନୀତି ଅଲଗା ଅଲଗା। ଫଳରେ ଚୀନ ସେନାକୁ ସମସ୍ତେ ମିଶି ବି ପରାସ୍ତ କରିପାରିବେ ନାହିଁ।

Leave A Reply

Your email address will not be published.