ଆଉ ନାହାନ୍ତି ସୁର ବାବା: ଦୀର୍ଘ ଦିନର ଅସୁସ୍ଥତା ପରେ ଗତ କାଲି ରାତିରେ ପରଲୋକ

0

ଭୁବନେଶ୍ବର, ୭।୧୨: ଆଉ ନାହାନ୍ତି ବିବାଦୀୟ ସୁର ବାବା। ଭୁବନେଶ୍ୱର ଉପକଣ୍ଠ ଝିଂଟି ଶାସନର ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ଗତକଲି ରାତିରେ ଦେହାନ୍ତ ହୋଇଛି। ଦୀର୍ଘ ଦୀନ ହେବ ଅସୁସ୍ଥ ରହୁଥିବା ସୁର ବାବା ଗତ କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସ୍‌ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ରାଜଧାନୀ ଉପକଣ୍ଠ ଝିଂଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁର ବାବା ୨୦୧୫ରେ ଗିରଫ ହୋଇଥିଲେ।  ଆଶ୍ରମରେ କେଳେଙ୍କାରୀ ନେଇ ୨୦୧୫ ଅଗଷ୍ଟ ୩୧ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚିଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା।

ପୂର୍ବରୁ ତାଙ୍କ ଉପରେ ଜମି ଜବରଦଖଲଠାରୁ ଆରମ୍ଭ କରି ସମ୍ପତ୍ତି ହଡ଼ପ, ବେଆଇନ ଅସ୍ତ୍ର ଶସ୍ତ୍ର ରଖିବା, ମହିଳାଙ୍କୁ ବ୍ଲାକମେଲ କରି ଯୌନ ନିର୍ଯାତନା ଦେବା ଆଦି ବିଭିନ୍ନ ସଙ୍ଗୀନ ଅଭିଯୋଗ ଥିଲା । ଯାଞ୍ଚ ବେଳେ ତ୍ରାହି ଅଚ୍ୟୁତ ଆଶ୍ରମରୁ ୨ଟି ପିସ୍ତଲ ଓ ୩ଟି ୯ ଏମ୍‌ଏମ୍‌ ଗୁଳି ମିଳିଥିଲା । ଏଥିସହ ଚଢ଼ଉ ବେଳେ ଆଶ୍ରମରୁ କୋଟି କୋଟି ଟଙ୍କାର ନଗଦ ଟଙ୍କା ବି ପୁଲିସ ଜବତ କରିଥିଲା। ସୁର ବାବାଙ୍କ ନାଁରେ ମୋଟ ୫ଟି ମାମଲା ରୁଜୁ ହୋଇଥିବା ବେଳେ ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ମଧ୍ୟ ମାମଲା ରୁଜୁ କରାଯାଇଥିଲା।

 

Leave A Reply

Your email address will not be published.