କୋଭାକ୍ସିନ ଟିକା ନେଇ ଗୁରୁତର ଅସୁସ୍ଥ ହେଲେ ମିଳିବ କ୍ଷତିପୂରଣ

0

ନୂଆଦିଲ୍ଲୀ, ୧୬।୧: କୋଭାକ୍ସିନ୍‌ ଟିକେ ନେଇ କେହି ଗୁରୁତର ଅସୁସ୍ଥ ହେଲେ ମିଳିବ କ୍ଷତିପୂରଣ। କୋଭାକ୍ସିନକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଭାରତ ବାୟୋଟେକ ଏଭଳି ଘୋଷଣା କରିଛି। ଯେ ଯଦି କୋଭାକ୍ସିନ ଟିକା ନେବା ପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ ତେବେ କ୍ଷତିପୂରଣ ପ୍ରଦାନ କରାଯିବ।

ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଛି। ଟିକା ନିରାପଦ ବୋଲି ସରକାର କହିଛନ୍ତି। ହେଲେ ବିରୋଧୀ ଓ ବିଭିନ୍ନ ବିଶେଷଜ୍ଞଙ୍କ ପ୍ରଶ୍ନ ଟିକା ଉପରେ ସନ୍ଦେହ ବଢାଇଛି। ଦେଶରେ ଜରୁରିକାଳୀନ ଟିକା ଭାବରେ ବ୍ୟବହାର ପାଇଁ ସେରମ୍ ଦ୍ୱାରା ତିଆରି ହୋଇଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ଦ୍ୱାରା କୋଭାକ୍ସିନ ତିଆରି ହୋଇଛି।

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କହିଛି, ଯଦି ଟିକାକରଣ କରାଯାଇଥିବା ବ୍ୟକ୍ତି ଗୁରୁତର ହୋଇ ପଡ଼ିବେ ତେବେ କମ୍ପାନି ତାଙ୍କୁ କ୍ଷତିପୂରଣ ଦେବ। କୋଭାକ୍ସିନର ପ୍ରୟୋଗ ସମୟରେ ହିତାଧିକାରୀଙ୍କୁ ଏକ ଫ୍ୟାକ୍ଟ ସିଟ୍ ଦିଆଯିବ, ଯେଉଁଥିରେ ତାଙ୍କୁ ସାତ ଦିନ ମଧ୍ୟରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ଲେଖିବାକୁ ପଡ଼ିବ। କେନ୍ଦ୍ର ସରକାର ଭାରତ ବାୟୋଟେକ ପାଖରୁ  ୫୫ ଲକ୍ଷ ଡୋଜ ‘କୋଭାକ୍ସାଇନ୍’ କିଣିବେ ବୋଲି ନିଷ୍ପତ୍ତି ହୋଇଛି। ତେବେ ଟିକାକରଣର ପ୍ରଥମ ଦିନରେ କୌଣସି ଅସୁସ୍ଥତା ଖବର ଆସି ନାହିଁ।

Leave A Reply

Your email address will not be published.