ଆସନ୍ତା ୧୨ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

0

ଭୁବନେଶ୍ଵର, ୧।୧୧: ଆସନ୍ତା ୧୨ରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ମମିତା ମେହେର ହତ୍ୟା ଘଟଣାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କର ଖୋଦ ମୁଖ୍ୟମନ୍ତ୍ରୀଙ୍କର ଭୂମିକାକୁ ତୀବ୍ର ନିନ୍ଦା କରାଯାଇଛି ମୁଖ୍ୟମନ୍ତ୍ରୀ ନିଜେ ଅପରାଧୀମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ଅପରାଧରେ ସଂଶ୍ଳିଷ୍ଟ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏ ପର୍ଯ୍ୟନ୍ତ ବରଖାସ୍ତ କରୁନାହାନ୍ତି ତାଙ୍କ ବିରୋଧରେ ଆପତତଃ ପ୍ରମାଣ ଥାଇ ମଧ୍ୟ ମୋକଦ୍ଦମା ରୁଜୁ କରୁନାହାନ୍ତି। ରାଜ୍ୟରେ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯ୍ୟାତନା ବଢ଼ିଚାଲିଛି ସମଗ୍ର ରାଜ୍ୟ ଆଜି ଅପରାଧୀମାନଙ୍କ ଚରାଭୂଇଁ ପାଲଟିଛି ଆଇନକାନୁନକୁ ଭୃକ୍ଷେପ ନାହିଁ ହତ୍ୟା, ଗଣଦୁଷ୍କର୍ମ ମାନବ ଚାଲାଣ ନିଶା ସାମଗ୍ରୀର କାରବାର ଏ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧିପାଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୦ ଦିନ ମଧ୍ୟରେ ଯଦି ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଦା ନ କରନ୍ତି, ତାଙ୍କ ବିରୋଧରେ ଫୌଜଦାରୀ ମକୋଦ୍ଦମା ଦାୟର ନ କରନ୍ତି ଏବଂ ତାଙ୍କୁ ଗିରଫ ନ କରନ୍ତି: ତେବେ ଏହାର ପ୍ରତିବାଦରେ ଆସନ୍ତା ନଭେମ୍ବର ମାସ ୧୨ ତାରିଖ ଶୁକ୍ରବାର ଦିନ ଓଡ଼ିଶା ବନ୍ଦ କରିବାକୁ କଂଗ୍ରେସ ଦଳ ନିଷ୍ପତି ନେଇଛି ବୋଲି ଆଜି ପ୍ରେସ ବିବୃତ୍ତି ଜରିଆରେ ପିସିସି ଉପସଭାପତି ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତିନାରୀର ସମ୍ମାନ ଓ ନାରୀ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ନିଷ୍ପତିକୁ ଓଡ଼ିଶାବାସୀଙ୍କୁ କଂଗ୍ରେସ ତରଫରୁ ପୂର୍ବପ୍ରାଣରେ ସହଯୋଗ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି।

 

 

 

Leave A Reply

Your email address will not be published.