୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବ

ଭୁବନେଶ୍ଵର, ୪/୭ : ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବ। ସବୁ କାମ ଠିକ୍‌ଠାକ୍ ଚାଲିଲେ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ଵଳ ହେବ। ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୀରେ ବିମାନ ଉଡ଼ାଣକୁ ଏହି ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ତେବେ କରୋନା ସ୍ଥିତି ପାଇଁ ବର୍ତ୍ତମାନ ବିମାନ ଉଡ଼ାଣ ପ୍ରଭାବିତ ହେଉଛି। ରାଜ୍ୟର ଉତକେଲା, ରାଉରକେଲା ଓ ଜୟପୁର ପ୍ରଭୃତି ସ୍ଥାନରୁ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି। ଏଥିସହ ସମସ୍ତ ଅବିଭକ୍ତ ଜିଲ୍ଲାରେ ଥିବା ଏୟାରଷ୍ଟ୍ରପ୍ ଉନ୍ନତି ପାଇଁ ଆଲୋଚନା ହୋଇଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.