ଶ୍ରୀନଗର ଉପରେ ଡ୍ରୋନ୍ ଉଡ଼ାଇବା ମନା

ପୁଲିସକୁ ବି ଅନୁମତି ନେବାକୁ ପଡ଼ିବ

ଶ୍ରୀନଗର, ୪।୭: ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଠିକଣା ଉପରେ ଡ୍ରୋନ୍ ଆକ୍ରମଣର ସପ୍ତାହକ ପରେ ଶ୍ରୀନଗରରେ ଡ୍ରୋନ୍ ଉଡ଼ାଣ ବ୍ୟାନ କରାଯାଇଛି। ଏଥିସହିତ ଡ୍ରୋନ କିଣିବା ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଇଛି ପ୍ରଶାସନ। ଆଉ ଯଦି ଶ୍ରୀନଗରେ କାହା ପାଖରେ ଡ୍ରୋନ୍ ରହିଛି, ଯଥାଶୀଘ୍ର ସେମାନେ ତାହା ଆଣି ପୁଲିସ୍ ଷ୍ଟେସନ୍‌ରେ ପୈଠ କରନ୍ତୁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୩ ତାରିଖରେ ଜିଲ୍ଲାଧିକାରୀ ମୋହମ୍ମଦ ଏଜାଜ୍‌ ଏହି ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମୋହମ୍ମଦ ଏଜାଜ୍ କହିଛନ୍ତି, ଶ୍ରୀନଗରର ସୁରକ୍ଷା କାରଣରୁ ଏପରି ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ପୁଲିସକୁ ବି ଡ୍ରୋନ ଉଡ଼ାଇବା ପୂର୍ବରୁ ଅନୁମତି ନେବାକୁ କୁହାଯାଇଛି ବୋଲି ଏଜାଜ୍ ସୂଚନା ଦେଇଛନ୍ତି। ଯଦି ଏହାର ଅବମାନନା ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ସହିତ ପୁଲିସ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସେ କହିଛନ୍ତି।

Comments are closed.