ପୁଣି ତେଜିଲା ରାଫେଲ୍‌ ଡିଲ୍‌ ଜାଲିଆତି ପ୍ରସଙ୍ଗ

ମାମଲାର ଯାଞ୍ଚ ଜେପିସି ହାତକୁ ଦେବାକୁ କଂଗ୍ରେସର ଦାବି

0

ନୂଆଦିଲ୍ଲୀ, ୩।୭: ରାଫେଲ ଡିଲ୍‌ରେ ହୋଇଥିବା ଜଲାୟାତି ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ଏନେଇ କଂଗ୍ରେସ ସଂଯୁକ୍ତ ସଂସଦୀୟ କମିଟି ତଦନ୍ତ ଦାବି କରିଛି। ଏହି ଘଟଣାରେ ଫ୍ରାନ୍ସ ସରକାର ଜୁନ ୧୪ ତାରିଖରେ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଭାରତରେ ତଦନ୍ତ ଦାବିକୁ ପୁଣି ଥରେ ଜୋରଦାର କରିଛି କଂଗ୍ରେସ। ପ୍ରକାଶଯୋଗ୍ୟ, ଦେଶରେ ୩୬ଟି ରାଫେଲ ବିମାନ ପାଇଁ ଭାରତର ସରକାର ଓ ଡାସଲ୍ଟ କମ୍ପାନୀ ମଧ୍ୟରେ ଚୁକ୍ତି ହୋଇଥିଲା। ୭.୮ ବିଲିୟନ ୟୁରୋର ଚୁକ୍ତି କରିଥିଲେ ଭାରତ ସରକାର।

ଏନେଇ ପ୍ରେସ୍‌ ବିଜ୍ଞପ୍ତି ଜାରି କରି କଂଗ୍ରେସ କହିଛି, ରାଫେଲ୍ ଚୁକ୍ତିରେ ହୋଇଥିବା ମହାଦୁର୍ନୀତି ଶେଷରେ ପଦାକୁ ଆସିଛି। ଫ୍ରାନ୍ସ ସରକାର ଏହି ଚୁକ୍ତି ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେବା ପରେ କଂଗ୍ରେସ ଦଳ ଓ ରାହୁଲ ଗାନ୍ଧୀ ମଧ୍ୟ ଘଟଣାର ତଦନ୍ତ ହେଉ ବୋଲି ଦାବି କରୁଛନ୍ତି ବୋଳି ଦଳ ପ୍ରେସ୍‌ ବିଜ୍ଞପ୍ତିରେ କହିଛି। ଏଥିସହିତ ଭାରତରେ ମଧ୍ୟ ଏହାର ତଦନ୍ତ ହେଉ, ଆଉ ଜଏଣ୍ଟ ପାର୍ଲିଆମେଣ୍ଟ କମିଟି ଏହାକୁ ତଦନ୍ତ କରୁ ବୋଲି କଂଗ୍ରେସ ଦାବି କରିଛି।

ଏ ନେଇ କଂଗ୍ରେସ କହିଛି, କେବଳ ଜେପିସି ହିଁ ଏହି ମାମଲାର ମୂଳକୁ ଯାଇପାରିବ ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାମାନଙ୍କୁ ସମନ କରିପାରିବ। ଜେପିସି କର୍ତ୍ତୃପକ୍ଷ ଦକ୍ଷତାର ସହ ଏହାର ତଦନ୍ତ କରିବେ, କାରଣ ସେ ଏ ସମ୍ପର୍କିତ ତଥ୍ୟ ମଗାଇ ପାରିବେ, ଯାହା ସୁପ୍ରିମକୋର୍ଟ କରିପାରିବେ ନାହିଁ। ଏମିତି ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ରାଫେଲ୍‌ ଡିଲ୍‌ ମାମଲା ବିଚାର କରିବାର ସକ୍ଷମ ନୁହଁନ୍ତି ବୋଲି କହିଥିଲେ। ଫ୍ରାନ୍ସ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଭାରତରେ ଏହାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ କେବେ ଜେପିସିକୁ ନିର୍ଦ୍ଦେଶ ଦେବେ ତାହା ସିଏ କହିବା ଦରକାର ବୋଲି ସୁପ୍ରିମକୋର୍ଟ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଆଜି ଏପରି କହିଛନ୍ତି କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟୱାଲା। ସଂସଦର ଆଗାମୀ ଅଧିବେଶନରେ ଦଳ ରାଫେଲ୍ ଚୁକ୍ତି କଥା ସଂସଦରେ ଉଠାଇବ ବୋଲି ସୂର୍ଯ୍ୟୱାଲା ସୂଚନା ଦେଇଛନ୍ତି। ରାଫେଲ୍‌ ଚୁକ୍ତି ଭ୍ରଷ୍ଟାଚାର ଅଭିଯୋଗ ପରେ ଫ୍ରାନ୍ସ ସରକାର ଏହର ତଦନ୍ତ ନିର୍ଦ୍ଦେଶ ଦେବା ନେଇ ଫ୍ରାନ୍ସ ପବ୍ଲିକେଶନ ମିଡିଆପାର୍ଟଏ ନେଇ ଖବର ପ୍ରକାଶ କରିଛି। ରାଫେଲ୍‌ ଡିଲ୍‌ର ଫେବରେଟିସିମ୍‌(ପ୍ରିୟାପ୍ରୀତି ତୋଷଣ ) ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଛି, ବିଚାର ପାଇଁ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ମିଡିଆ ପାର୍ଟ ରିପୋର୍ଟ ଅନୁସାରେ ଫ୍ରାନ୍ସ ଜାତୀୟ ଆର୍ଥିକ ଫ୍ରସିକ୍ୟୁଟ ଅଫିସ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.