ଶେଷ ଦିନରେ ପ୍ରଥମରୁ ଗୃହ ଅଚଳ

ପ୍ରଥମେ ସାଢ଼େ ୧୧ଟା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

0

ଭୁବନେଶ୍ବର, ୯।୧୦: ଦୁଷ୍ମନ୍ତଙ୍କ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ନେଇ ପୁଣି ବିରୋଧୀ ବିଧାୟକଙ୍କ ହୋହଲ୍ଲା ଯୋଗୁଁ ଅପରାହ୍ଣ ୪ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ହେଉଛି ମୌସୁମୀ ଅଧିବେଶନର ଶେଷ ଦିନ। କିନ୍ତୁ ଗୃହ କାର୍ଯ୍ୟ ଚାଲିପାରୁନି। ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତଙ୍କ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ। କଂଗ୍ରେସ ବି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲା। ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଦଳର ଦୋହଲ୍ଲା ଯୋଗୁଁ ପ୍ରଥମେ ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ପରେ ସାଢ଼େ ୧୧ଟା ପରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି। ସେପଟେ ଚାଷୀଙ୍କ ସାର ଓ ସ୍ୱାମୀନାଥନ କମିଟିର ସୁପାରିଶ ଲାଗୁ କରିବା ଦାବିରେ ଗାନ୍ଧିମୂର୍ତ୍ତି ତଳେ ପ୍ରତିବାଦ କରିଛି ବିଜେଡି।

Leave A Reply

Your email address will not be published.