ବାଂଲାଦେଶକୁ ୨୦୦ ଟନ୍‌ ତରଳ ମେଡିକାଲ ଅକ୍ସିଜେନ୍‌ ଯୋଗାଇଲା ଭାରତ

0

ନୂଆଦିଲ୍ଲୀ, ୨୪।୭: କରୋନାର ଦ୍ୱିତୀୟ ଲହର ଭାରତରେ ଉଗ୍ର ରୂପ ନେଇଥିବା ବ‌େଳେ ଭାରତକୁ ସହାୟତାର ହାତ ବଢ଼ାଇଥିଲା ବାଂଲାଦେଶ। ଭାରତକୁ ସଠିକ୍‌ ସମୟରେ ପ୍ରର୍ଯ୍ୟାପ୍ତ ପରିମାଣର ଔଷଧ ଓ ଚିକିତ୍ସା ସାମଗ୍ରୀ ପଠାଇଥିଲା। ଏବେ ଭାରତ ମଧ୍ୟ ବାଂଲାଦେଶକୁ କୋଭିଡ୍‌ ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛି। ଅକ୍ସିଜେନ୍ ଏକ୍ସପ୍ରେସ୍‌ ଦ୍ୱାରା ବାଂଲାଦେଶକୁ ୨୦୦ ଟନ୍‌ ତରଳ ମେଡିକାଲ ଅକ୍ସିଜେନ୍‌ ପଠାଇଛି ଭାରତ।

ଝାଡ଼ଖଣ୍ଡର ଟାଟାନଗରରୁ ଅକ୍ସିଜେନ୍ ଥିବା ୧୦ କଣ୍ଟେନର ଥିବା ଏକ ଅକ୍ସିଜେନ୍‌ ଏକ୍ସପ୍ରେସର ଶନିବାର ଡାକା ଅଭିମୁଖେ ବାହାରିଥିଲା। ଆଉ ରବିବାର ବାଂଲାଦେଶ ପହଞ୍ଚିଥିଲା ଏହି ଟ୍ରେନ୍। ଆସନ୍ତାକାଲି ଏହା ବେନାପୋଲରେ ପହଞ୍ଚିବ।  ଏନେଇ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଟାଟାନଗରରୁ ୨୦୦ ଟନ୍‌ ତରଳ ମେଡିକାଲ ଅକ୍ସିଜେନ୍ ପ୍ରଥମ ଥର ବାଂଲାଦେଶକୁ ପଠାଯାଇଛି।

ସୂଚନା ଥାଉକି, ଭାରତରେ କରୋନା ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ୍‌ର ବହୁଳ ଆବଶ୍ୟକତା ପଡ଼ିଥିଲା। ଅକ୍ସିଜେନ୍‌ ଅଭାବରୁ ଅନେକ ଲୋକଙ୍କ ଜୀବନ ଯାଉଥିବା ଦାବି ହୋଇଥିବା ବେଳେ କେନ୍ଦ୍ର ସରକାର କିନ୍ତୁ କାହାରି ମୃତ୍ୟୁ ହୋଇ ନାହିଁ ବୋଲି ସଂସଦରେ କହିଥିଲେ।

ଏହାପରେ କେତେକ ରାଜ୍ୟ ମଧ୍ୟ କେନ୍ଦ୍ରର ସ୍ୱରରେ ସ୍ୱର ମିଳାଇ ଅକ୍ସିଜେନ୍‌ ଅଭାବରେ ମୃତ୍ୟୁ ହୋଇନାହିଁ ବୋଲି ସୂଚନା ଦେଇଥିଲେ। ତେବେ ଦିଲ୍ଲୀ ସରକାର କିନ୍ତୁ କେନ୍ଦ୍ରର ଏଭଳି ନିଷ୍ପତ୍ତି ସମାଲୋଚନା କରିବା ସହିତ ଦିଲ୍ଲୀରେ କେବଳ ୨୧ ଜଣଙ୍କ ମୃତ୍ୟୁ ଅକ୍ସିଜେନ୍ ଅଭାବରୁ ହୋଇଛି ବୋଲି କହିଥିଲେ। ଅନ୍ୟପଟେ ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଓ ପ୍ରବୀଣ ଓ ମନସୁଖ ମାଣ୍ଡବ୍ୟଙ୍କ ବିରୋଧରେ କୋର୍ଟରେ ମାମଲା ହୋଇଛି।

ଜାଣି ରଖନ୍ତୁ ଯେ କରୋନା ଲହର ଉକ୍ତଟ ସମୟରେଏପ୍ରିଲ ୨୪ ତାରିଖରେ ଅକ୍ସିଜେନ୍ ଅଭାବକୁ ଦୂର କରିବାକୁ ହେଲେ ଭାରତୀୟ ରେଳବାଇ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଆରମ୍ଭ କରିଥିଲା। ୨୦୨୧ରେ ଏହି ଅଭିଯାନ ଆରମ୍ବ ହେବା ପରେ ଏ ପର୍ଯ୍ୟନ୍ତ ୪୮୦ ଅକ୍ସିଜେନ୍‌ ଟ୍ରେନ୍ ପରିଚଳାନ କରାଯାଇଛି। ଦେଶରେ ବିଭିନ୍ନ ପ୍ରାନ୍ତରରେ ଏହି ଟ୍ରେନ୍‌ ପ୍ରାୟ ୩୮,୮୪୧ ଟନ୍‌ ଅକ୍ସିଜେନ୍ ପହଞ୍ଚାଇଛି।

 

 

Leave A Reply

Your email address will not be published.