ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

0

ଭୁବନେଶ୍ବର, ୮।୨: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ। ମେ’ ୩ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ଯାଏ ଚାଲିବ। ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ହେବ। ମେ’ ୩ ତାରିଖ ଅର୍ଥାତ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ହେବ। ୫ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ, ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ଯାଏ ଚାଲିବ। ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ମିଳିବ। ଅର୍ଥାତ ୧୦ଟା ୧୫ରେ ପରୀକ୍ଷା ସରିବ। ୭ଟା ୪୫ରେ ଉଭୟ ଅବ୍‌ଜେକ୍ଟିଭ ଓ ସବ୍‌ଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ। ଅବ୍‌ଜେକ୍ଟିଭ୍‌ ସକାଳ ୮ଟାରୁ ୯ଟା, ସବ୍‌ଜେକ୍ଟିଭ ପରୀକ୍ଷା ୯ଟାରୁ ୧୦ଟା ଯାଏ ହେବ। ଗଣିତ ଅବ୍‌ଜେକ୍ଟିଭ ପରୀକ୍ଷା ସକାଳ ୮ଟାରୁ ୯ଟା ୧୫ ଯାଏ ଚାଲିବ। ଓଏମ୍‌ଆର୍‌ରେ ଅବ୍‌ଜେକ୍ଟିଭ ଓ ବୁକ୍‌ଲେଟରେ ସବ୍‌ଜେକ୍ଟିଭ ଉତ୍ତର ଲେଖିବେ।

Leave A Reply

Your email address will not be published.