ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଉଦ୍‌ଘାଟିତ ହେଲା ନୂଆ ବିଲିଂ ବ୍ୟବସ୍ଥା

ଭୁବନେଶ୍ୱର, ୨।୧୦: ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଉଦ୍ଧିଷ୍ଟ ନୂତନ ବିଲିଂ ବ୍ୟବସ୍ଥାର ଶୁଭ ଉଦ୍‌ଘାଟନ କରିଛନ୍ତି ଅତି ଉଚ୍ଚ କ୍ଷମତାଠାରୁ ଆରମ୍ଭ କରି ସମସ୍ତ ସାଧାରଣ ଉପଭୋକ୍ତାଙ୍କ ମିଟରିଂ, ବିଲିଂ, ବିଲ୍‌ ପୈଠ, ନୂତନ ବିଦ୍ୟୁତ ସଂଯୋଗ ଅଭିଯୋଗ ନିରାକରଣ ନିମନ୍ତେ ଏହା ଏକ ସମନ୍ୱିତ ଅନ୍‌ଲାଇନ ସମାଧାନ ଓଡ଼ିଶା ସରକାରଙ୍କ ୧୧୭ କୋଟି ଟଙ୍କା  ଅନୁଦାନରେ ସମନ୍ୱିତ ଶକ୍ତି ବିକାଶ ଯୋଜନା ଅଧିନରେ ଏହି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ବଳିତ ବ୍ୟବସ୍ଥା ଆଜିଠୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ପ୍ରାୟ ୭୩ ଲକ୍ଷ ଉପଭୋକ୍ତା ଏହାଦ୍ୱାରା ଉପକୃତ ହେବେଏହି ଯୋଜନା ଅଧୀନରେ ଭୁବନେଶ୍ୱରରେ ଅତ୍ୟାଧୁନିକ ଡାଟା ସେଣ୍ଟର ସ୍ଥାପିତ ହେବା ସହ ବିପର୍ଯୟ ସମୟରେ ରାଜ୍ୟ ବିଦ୍ୟୁତ ବ୍ୟବସ୍ଥାର ସଫଳ ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ହୋଇଛିଏହି ଅବସରରେ ରାଜ୍ୟ ଉନ୍ନୟନ କମିନର ପ୍ରଦୀପ କୁମାର ଜେନା ପ୍ରମୁଖ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ସଚିବ ବିଶାଳ ଦେବ, ଅତିରିକ୍ତ ସଚିବ ଲିପସା ଦାଶ, ପରିଚାଳନା ନିର୍ଦେଶକ ଓପିଟିସିଏଲ୍ ସଂଜୟ କୁମାର ମିଶ୍ର, ପରିଚାଳନା ନିର୍ଦେଶକ ଗ୍ରିଡକୋ ତ୍ରିଲୋଚନ ପଣ୍ଡା, ନିର୍ଦେଶକ ଅର୍ଥ ଗ୍ରିଡକୋ ଗଗନ ସ୍ୱାଇଁ ନିର୍ଦେଶକ ଏସ୍‌ଲ୍‌ଡିସି ବି.ବି. ମେହେତା ପ୍ରମୁଖ ଉପସ୍ଥିତ ଥିଲେ

Comments are closed.