୨୨ରେ ଆସିବେ ଚେଲ୍ଲାକୁମାର, ପିସିସି ସଭାପତି ବଦଳିବା ପ୍ରକ୍ରିୟା ଆରମ୍ଭ

0

ଭୁବନେଶ୍ୱର,୧୮୪: ଆସନ୍ତା ୨୨ ତାରିଖରେ ଓଡ଼ିଶା ପିସିସି ପ୍ରଭାରୀ ତଥା ସାଂସଦ ଏ ଚେଲ୍ଲାକୁମାର ଓଡ଼ିଶା ଗସ୍ତରେ ଆସିବେ ଏହି ଅବସରରେ ସେ ଦଳର ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରିବେ ପିସିସି ସଭାପତି ବଦଳିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଚେଲାକୁମାର କହିଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପଦବୀରୁ ୨୦୧୯ରୁ ଇସ୍ତଫା ଦେଇସାରିଛନ୍ତି । ହେଲେ ଦଳ ଏ ପର୍ଯ୍ୟନ୍ତ ତାଙ୍କ ବଦଳରେ ନୂଆ ସଭାପତି କିଏ ହେବ ତାହା ଠିକ କରିପାରିନାହିଁ । ମାତ୍ର ଏବେ ପିସିସି ପ୍ରଭାରୀ ନିଜେ ଓଡ଼ିଶା ଆସି ଦଳର ବିଧାୟକ ଓ ନେତାମାନଙ୍କ ସହ କଥା ହେବେ । ସମସ୍ତ ବିଧାୟକଙ୍କ ସହ ସିଧାସଳଖ ଆଲୋଚନା କରିବେ । ସମସ୍ତଙ୍କ ମେରିଟ୍‌ ଓ ଡିମେରିଟ୍‌ ଦେଖିବେ । କିଏ ଗ୍ରହଣୀୟ ହେବେ ସେ ଅନୁସାରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବେ।

ସେହି ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ତେବେ ପିସିସି ସଭାପତି ନିରଞ୍ଜନ ନିଜେ ମଧ୍ୟ ପିସିସି ସଭାପତି ପରିବର୍ତ୍ତନ ସପକ୍ଷରେ ମତ ରଖିଛନ୍ତି। ପ୍ରତି ଦୁଇତିନି ବର୍ଷରେ କଂଗ୍ରେସରେ ପିସିସି ନେତୃତ୍ୱ ପରିବର୍ତ୍ତନ ହୋଇଥାଏ ବୋଲି କହିଛନ୍ତି। ଏଆଇସିସି ଯେତେ ଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ ଦଳ ପାଇଁ ସେତେ ଭଲ ହେବ । ପିସିସି ସଭାପତି ଦାୟିତ୍ୱ କାହାକୁ ଦିଆଯିବ ସେ ନିଷ୍ପତ୍ତି ଏଆଇସିସି ନେବ । ଯେତେଶୀଘ୍ର ନିଷ୍ପତ୍ତି ହେବ, ତାହା ରାଜ୍ୟରେ ଦଳ ପାଇଁ ଭଲ ବୋଲି ନିରଞ୍ଜନ କହିଥିଲେ।

Leave A Reply

Your email address will not be published.