ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ଶେଷକୃତ୍ୟ ସଂପନ୍ନ

0

ଭୁବନେଶ୍ବର, ୨୨।୧୦: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା। ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ଶ୍ରୀ ଦୋରାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ଗତ ବୁଧବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଏମସ୍‌ରେ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କର ମୃତ୍ୟୁ ହୋଇଥିଲା ଭୁବନେଶ୍ୱରରେ ଶ୍ରଦ୍ଧାଞ୍ଜଳି ଦେବାପରେ ତାଙ୍କ ପାର୍ଥିବ ଶରୀରକୁ ନିଜ ଗାଁ ପାଙ୍ଗାମକୁ ଅଣାଯାଇଥିଲା ପାଙ୍ଗାମଠାରେ ଥିବା ତାଙ୍କ ବାସଭବନଠାରେ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିଥିଲେ

ସ୍ବର୍ଗତ ଦୋରା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଦୁଇଥର ଉପବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ ସ୍ବର୍ଗତ ଦୋରାଙ୍କ ବିୟୋଗରେ ମାଥିଲି ବ୍ଳକର ବିଭିନ୍ନ ଅଂଚଳରେ ଦୋକାନ ବଜାର ବନ୍ଦ କରାଯାଇଥିଲାପାଙ୍ଗାମସ୍ଥିତ ବାସଗୃହ ଏକ ପ୍ରକାର ଲୋକାରଣ୍ୟ ହୋଇପଡ଼ିଥିଲାଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ପାଙ୍ଗାମ ଶ୍ମଶାନକୁ ନିଆଯାଇଥିଲା। ପ୍ରଶାସନ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲାନବରଙ୍ଗପୁର ସାଂସଦ ରମେଶ ମାଝୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ବିଧାୟକ ଆଦିତ୍ୟ ମାଢୀଜିଲ୍ଲାପାଳ ବିଶାଳ ସିଂ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ଦଳୀୟ ନେତା, କର୍ମୀ, ଓ ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଦୋରା ଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ କରୋନା ରେ ଶ୍ରୀ ଦୋରାଙ୍କ ମୃତ୍ୟୁ ହୋଇଥିବାରୁ ପିପିଇ କିଟ ପିନ୍ଧି ସରକାରୀ ନିୟମ ଅନୁଯାୟୀ ଶେଷକୃତ୍ୟ ସଂମ୍ପନ୍ନ କରାଯାଇଥିଲା

Leave A Reply

Your email address will not be published.