ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର: କିଡନିରୁ ବାହାରିଲା ୬ ସେମିର ଟ୍ୟୁମର

0

ଭୁବନେଶ୍ବର, ୨୭।୫: ସମ୍‌ ହସ୍‌ପିଟାଲରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ୪୧ ବ‌ର୍ଷୀୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍‌ ହସ୍‌ପିଟାଲ୍‌ର ଶଲ୍ୟ ଚିକିତ୍ସକ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ଆଣ୍ଡ୍‌ ସମ୍‌ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆଡ୍ରିନାଲ୍‌ ଗ୍ଲାଣ୍ଡ(କିଡ୍‌ନି ଉପରେ ଥିବା ଗ୍ରନ୍ଥି)ରେ ୬ ସେମି ଆକୃତିର ଏକ ଟ୍ୟୁମରଟିକୁ ଅସ୍ତ୍ରୋପଚାର ଜରିଆରେ କାଢ଼ିବାରେ ସଫଳ ହୋଇଛନ୍ତି ସମ୍‌ର ଶଲ୍ୟ ଚିକିତ୍ସକ।

ପଶ୍ଚିମବଙ୍ଗ ଖଡ଼ଗପୁର ଅଞ୍ଚଳର ସଞ୍ଜୀବ ସିଂହ ନାମକ ଏହି ରୋଗୀ ଜଣକ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାର ସମସ୍ୟା ନେଇ ଶନିବାର ସମ୍‌ ହସ୍‌ପିଟାଲରେ ଭର୍ତି ହୋଇଥିଲେ। ପରୀକ୍ଷାନିରୀକ୍ଷା ପରେ ଟ୍ୟୁମର୍‌ ଥିବା ଜଣାପଡ଼ିଥିଲା। ରେଡିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ର ସିଟି ସ୍କାନ ଦ୍ବାରା ଏହି ଟ୍ୟୁମରକୁ ଚିହ୍ନଟ କରିଥିଲେ।

ଶଲ୍ୟ ବିଭାଗ ଡାକ୍ତର ଜିତେନ୍ଦ୍ର ନାରାୟଣ ସେନାପତିଙ୍କ ନେତୃତ୍ବରେ ଶଲ୍ୟ ଚିକିତ୍ସକଙ୍କର ଏହି ଟିମ୍‌ ଜଟିଳ ପ୍ରକ୍ରିୟା ଲ୍ୟାପ୍ରୋସ୍କୋପିକ ଆଡ୍ରିନଲେକଟୋମି ମାଧ୍ୟମରେ ଏହି ଟ୍ୟୁମରଟିକୁ ସଫଳତାର ସହ କାଢ଼ିବାରେ ସକ୍ଷମ ହୋଇଥିଲେ। ରୋଗୀ ଜଣକ ଏବେ ସୁସ୍ଥ ଥିବା ବେଳେ ଖୁବ୍‌ ଶୀଘ୍ର ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ଜଣାପଡ଼ିଛି।

ସର୍ଜରୀ କରିଥିବା ଡାକ୍ତରୀ ଟିମରେ ଡାକ୍ତା ଜେ ଆର୍‌ ପାଣି, ଡାକ୍ତର ବିନୟ କୋନର, ଡାକ୍ତର ସୁନୀଲ କର, ଡାକ୍ତର ସୋନାଲି ମହାନ୍ତି, ଡାକ୍ତର କିଷାନ ରେଡ୍ଡି ଓ ଡାକ୍ତର ସୌରଭ ତ୍ରିପାଠୀ ପ୍ରମୁଖ ସାମିଲ ହୋଇ ଏହି ଅସ୍ତ୍ରୋପଚାରକୁ ସଫଳ କରିଥିଲେ।

Leave A Reply

Your email address will not be published.