ଭାଇଜାନ୍ ସଲ୍‌ମାନ୍‌ଙ୍କୁ ହତ୍ୟା ଧମକ, ମିଳିଲା ୱାଇ+ ସୁରକ୍ଷା

ମୁମ୍ବାଇ, ୧।୧୧: ବଲିଉଡ୍‌ର ଭାଇଜାନ ସଲମାନଙ୍କ ଖାନ୍‌ଙ୍କ ଜୀବନ ପ୍ରତି ରହିଛି ବିପଦ। କିଛି ଦିନ ତଳେ ସଲମାନ ଖାନ୍‌ଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିବା ପରେ ତାଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଏବେ ମୁମ୍ବାଇ ପୁଲିସ ତାଙ୍କ ସୁରକ୍ଷାକୁ ଆହୁରି ବଢ଼ାଇ ଦେଇଛି। ବଲିଉଡ୍‌ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ତାଙ୍କୁ ଏକ୍ସ-କ୍ୟାଟେଗୋରିର ସୁରକ୍ଷା ଦିଆଯାଇଥିଲା। କିନ୍ତୁ ମୁମ୍ବାଇ ପୁଲିସର ସୁରକ୍ଷା ବ୍ରାଞ୍ଚ ସଲମାନଙ୍କୁ ଏବେ ୱାଇ+ କ୍ୟାଟେଗୋରିର ସୁରକ୍ଷା ପ୍ରଦାନ କରିଛି।

ଏହାପୂର୍ବରୁ ସଲମାନ ଖାନଙ୍କ ସହ ଜଣେ ପୁଲିସ ଗାର୍ଡ ସବୁବେଳେ ଅସ୍ତ୍ରଶସ୍ତ୍ରରେ ରହୁଥିଲେ। କିନ୍ତୁ ବର୍ତ୍ତମାନ ସଲମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ଜଣ ପୁଲିସ ଗାର୍ଡ ଅଭିନେତାଙ୍କୁ ୨୪ ଘଣ୍ଟା ସୁରକ୍ଷା ଦେବେ। ସଲମାନ ଖାନଙ୍କ ବ୍ୟତୀତ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସଙ୍କ ପତ୍ନୀ ଅମୃତା ଫଡ୍‌ନାଭିସଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। ସଲ୍‌ମାନ ଖାନ ଓ ଅମୃତା ଫଡ୍‌ନାଭିସଙ୍କ ସହ ସଶସ୍ତ୍ର ସୁରକ୍ଷାକର୍ମୀ ସର୍ବଦା ନିୟୋଜିତ ରହିବେ।

 

Comments are closed.