ନୂଆ ‌ବର୍ଷରୁ ଖୋଲିବ ସ୍କୁଲ ଓ କଲେଜ!

0

ଭୁବନେଶ୍ବର, ୧୦।୧୨: ନୂଆବର୍ଷରୁ ଖୋଲିପାରେ ସ୍କୁଲ ଓ କଲେଜ। ଏନେଇ ନୂଆ ଆଶା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ଖୁବଶୀଘ୍ର ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ୟୁଜି ଓ ପିଜି ସେମିଷ୍ଟର ଘୁଞ୍ଚିବ । ୭୦ରୁ ୮୦ ଦିନ ପାଠପଢ଼ା ପରେ ପରୀକ୍ଷା କରାଯିବ। କଲେଜ ଖୋଲିବା ବିଳମ୍ବ ହେଲେ ପାଠ୍ୟକ୍ରମ ହ୍ରାସ କରାଯିବ। ଅନ୍‌ଲାଇନ୍‌ ପଢ଼ାରେ ପରୀକ୍ଷା କଲେ ଫେଲ୍‌ ପ୍ରତିଶତ ବଢ଼ିପାରେ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ସୂଚନା ଦେଇଛନ୍ତି । ଏଣୁ ଶ୍ରେଣୀ ଗୃହ ପାଠପଢ଼ା ପରେ ପରୀକ୍ଷା ଉପରେ ଗୁରୁତ୍ବ ଦିଅ‌ାଯାଇଛି।

ଅନ୍ୟପଟେ, ଜାନୁଆରୀ ୨ରୁ ସ୍କୁଲ ଖୋଲିପାରେ ବୋଲି ସୂଚନା ମିଳିଛି।  ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୁବଶୀଘ୍ର ଘୋଷଣା କରାଯିବ। ସ୍କୁଲ ଖୋଲିବା ପରେ ଶନି ଓ ରବିବାର ଛୁଟି ବାତିଲ ହୋଇପାରେ ବୋଲି ସୂଚନା ମିଳିଛି। କରୋନା ମହାମାରୀ ଯୋଗୁ ପ୍ରାୟ ୯ ମାସ ହେଲାଣି ସ୍କୁଲ, କଲେଜ ବନ୍ଦ ରହିଛି। ତେବେ ନୂଆ ବର୍ଷରୁ ସ୍କୁଲ, କଲେଜ୍ ଖୋଲିବା ନେଇ ବୋଲି ଏବେ ଆଶା ରଖାଯାଇଛି।

Leave A Reply

Your email address will not be published.