ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ିଲା

ଭୁବନେଶ୍ଵର, ୨୪/୦୮: ଆଉ ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ। ଏନେଇ ପର୍ସନେଲ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ନିକଟକୁ ପ୍ରସ୍ତାବ ପଠାଇଥିଲେ। କାର୍ଯ୍ୟକାଳ ବୃଦ୍ଧି ପରେ ମୁଖ୍ୟ ଶାସନ ସଚିବ ସେପ୍ଟେମ୍ବର ପହିଲାରୁ ୨୦୨୩ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ପଦରେ ରହିବେ।

ସୂଚନାଥାଉ କି, ପୂର୍ବରୁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କର କାର୍ଯ୍ୟକାଳ ୬ ମାସ ବୃଦ୍ଧି ପାଇଥିଲା। ୧୯୮୬ ମସିଆ ବ୍ୟାଚ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବା ପରେ ୨୦୨୧ ଜାନୁଆରୀ ପହିଲାରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେଇଥିଲେ। ୨୦୨୨ ଫେବ୍ରୁଆରୀ ୨୮ରେ ତାଙ୍କ କାର୍ଯ୍ୟକାଳ ସରୁଥିଲା। ତେବେ ଏହି ସମୟରେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟଦକ୍ଷତାର ଅଧିକ ଉପଯୋଗ କରିବା ଲାଗି କାର୍ଯ୍ୟକାଳ ୬ ମାସ ବଢ଼ାଇଥିଲେ। ଏହି କାର୍ଯ୍ୟକାଳ ଅଗଷ୍ଟ ୩୧ରେ ଶେଷ ହେଉଥିଲା। ଏବେ ପୁଣି ସେପ୍ଟେମ୍ବର ପହିଲା ୨୦୨୩ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ସୁରେଶଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି।

Comments are closed.