ଏଥର ଦେଶରେ ଡିଜିଟାଲ୍‌ ଜନଗଣନା

0

ନୂଆଦିଲ୍ଲୀ, ୧।୨: ଦେଶରେ ଆରମ୍ଭ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମ ପାଇଁ ବଜେଟ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜନଗଣନା କାର୍ଯ୍ୟକ୍ରମ ଦେଶରେ ପ୍ରଥମଥର ପାଇଁ ଡିଜିଟାଲ ଉପାୟରେ କରାଯିବ। ଏଥିପାଇଁ ମୋଟ ୩,୭୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତୀୟ ଇତିହାସରେ ପ୍ରଥମଥର ପାଇଁ ଡିଜିଟାଲ ଉପାୟରେ ଜନଗଣନା କରାଯିବ। ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ୩,୭୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୋବାଇଲ ଆପ୍ଲିକେସନ ଜରିଆରେ ଜନଗଣନା କାର୍ଯ୍ୟକ୍ରମ ହେବ ବୋଲି କହିଥିଲେ।
ଦେଶରେ ଜନଗଣନା ପେନ୍ ଓ ପେପର୍ରେ କରାଯାଇ ଥାଏ। ହେଲେ ଏହାକୁ ଡିଜିଟାଲ ଉପାୟରେ କରିବାକୁ ବ୍ୟବସ୍ଥା ହୋଇଥିବା ସେ କହିଥିଲେ। ଶାହ ଆହୁରି କହିଥିଲେ, ନୂଆ କରି ଆରମ୍ଭ ହୋଇଥିବା ମୋବାଇଲ ଆପ୍ ଦ୍ୱାରା ଲୋକମାନେ ନିଜ ଆଡ଼ୁ ନିଜ ସମ୍ପର୍କରେ ତଥ୍ୟ ଅପଲୋଡ କରିପାରିବେ।
ସମଗ୍ର ଦେଶରେ ୧୬ଟି ଭାଷାରେ ଏହା କାର୍ଯ୍ୟକ୍ଷମ ହେବ ଓ ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। କିନ୍ତୁ ବଜେଟ୍ରେ ଏହି ଡିଜିଟାଲ ଜନଗଣନା ପାଇଁ ୩,୭୬୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Leave A Reply

Your email address will not be published.