ବାଲେଶ୍ବରଠାରୁ ୨୦ କିମି ଦକ୍ଷିଣରେ ସ୍ଥଳ ଭାଗ ଛୁଇଁ ଉପକୂଳ ଅତିକ୍ରମ କଲା ୟାସ୍

0

ଭୁବନେଶ୍ୱର, ୨୬।୫: ଦୀର୍ଘ ସମୟର ତାଣ୍ଡବ ପରେ ଓଡ଼ିଶା ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ୟାସ୍‌’। ବାତ୍ୟା ବାଲେଶ୍ୱରଠାରୁ ୨୦ କିମି ଦକ୍ଷିଣରେ ଆଜି ଦିନ ସାଢ଼େ ୧୦ରୁ ସାଢ଼େ ୧୧ ମଧ୍ୟରେ ସ୍ଥଳଭାଗ ଛୁଇଁ ଉପକୂଳ ଅତିକ୍ରମ କରିଛି ବାତ୍ୟା ୟାସ’। ଏହା ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତି କରି କିଛି ଘଣ୍ଟା ପରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଥିଲା। ସେଠାରେ ୧୦୦ରୁ ୧୧୦ କିମି ବେଗରେ ତାଣ୍ଡବ ରଚିବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଆସନ୍ତାକାଲି ଝାଡ଼ଖଣ୍ଡ ପଳେଇବ ଲ୍ୟାଣ୍ଡଫଲ୍ ବେଳେ ୧୩୦ ରୁ ୧୪୦ କିମି ବେଗରେ ପବନ ବହିଥିବା ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଛି ଆସନ୍ତା ୩ରୁ ୪ ଘଣ୍ଟା ଯାଏ ଭଦ୍ରକ ଓ ବାଲେଶ୍ୱର ଉପକୂଳରେ ୨ ମିଟର ଉଚ୍ଚତାରେ ସମୁଦ୍ର ଜୁଆର ରହିବ ବୋଲି କୁହାଯାଇଛି

ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଥିବା ପ୍ରାଥମିକ ସୂଚନା ଆସିଛି ତେବେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ସେ କହିଛନ୍ତି, ୪ ମିଟର ଉଚ୍ଚତାରେ ଜୁଆର ମାଡ଼ିବା ଯୋଗୁଁ ବହୁତ ଗାଁରେ ପାଣି ପଶି ଘର ଭାଙ୍ଗିଛି ଅନେକ ଜାଗାରେ ଅସମ୍ଭବ ଭାବେ ଗଛ ଭାଙ୍ଗିଛି । ନୀଳଗିରିରେ ବ୍ୟାପକ ଗଛ ଭାଙ୍ଗିଛି । ତେବେ ବିଜୁଳି ଖୁଣ୍ଟ ଓ ଟେଲିଫୋନ୍ ଟାୱାର୍ ବିଶେଷ କ୍ଷତି ହୋଇନାହିଁ । ଦୁଇଟି ଜାଗାରେ ଗଛପଡ଼ି ଦୁଇଜଣଙ୍କର ମୃତ୍ୟୁ ଅଭିଯୋଗ ଆସିଛି

ଗାମୀ ୧୨ ଘଣ୍ଟା ମୟୁରଭଞ୍ଜ ଜିଲ୍ଲା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆର୍‌ସି କହିଛନ୍ତି ସେଠାରେ ଏବେ ବର୍ଷା ପବନ ସେଭଳି ନ ଥିଲେ ମଧ୍ୟ ସଂଧ୍ୟା ପରେ ୧୦୦ରୁ ୧୧୦ କିମି ବେଗରେ ପବନ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସୁରକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି ଏବଂ ଏହି ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.