ଶ୍ରୀମନ୍ଦିର ସେବାୟତଙ୍କୁ ୧୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ

ପୁରୀ, ୧୩।୫: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିଲା କରୋନା ସହାୟତା। ଏନେଇ ପୁରୀ ଶ୍ରୀମନ୍ଦିର ପ୍ରାଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କରୋନା ଯୋଗୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ସେବାୟତଙ୍କ ଗୁଜୁରାଣ ମେଣ୍ଟିପାରୁ ନାହିଁ। ଏଥିପାଇଁ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି ଶ୍ରୀମନ୍ଦିର ପ୍ରଶାସନ। ପ୍ରତ୍ୟକ ସେବାୟତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛି ମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରର ମୋଟ ୨୪୬୩ ସେବାୟତଙ୍କୁ ଏହି ସହାୟତା ରାଶି ପ୍ରଦାନ ପ୍ରଦାନ କରାଯାଇଛି। ଏଥିପାଇଁ ମୋଟ ୨ କୋଟି ୪୬ ଲକ୍ଷ ୩୦ ହଜାର ଖର୍ଚ୍ଚ ହୋଇଥିବା ନୀତି ପ୍ରଶାସକ ସୂଚନା ଦେଇଛନ୍ତି।

କରୋନା ପ୍ରଭାବ ଓଡ଼ିଶାରେ ପଡ଼ିବା ଦିନ ଠାରୁ ଅଧିକାଂଶ ମସୟ ଶ୍ରୀମନ୍ଦିର ବନ୍ଦ ରହିଛି। ଶ୍ରଦ୍ଧାଳୁ ନଆସିବାରୁ ଅନେକ ସେବାୟତ ସେମାନଙ୍କର ରୋଜଗାର ହରାଇବା ସହିତ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ ସେବାୟତମାନଙ୍କ ତରଫରୁ ମଧ୍ୟ ଅନେକ ଥର ଅଭିଯୋଗ ହେବା ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି।

ପ୍ରକାଶ ଥାଉକି କରୋନା କଟକଣା ଯୋଗୁ ରାଜ୍ୟରେ ଅନେକ ପ୍ରମୁଖ ବନ୍ଦିର ବନ୍ଦ ରହିଛି। କଟକ ଚଣ୍ଡି, ଯାଜପୁର ବିରଜା, କେନ୍ଦ୍ରାପଡ଼ା ବଳଦେବ ଜୀଉ, ଘଟଗାଁ ତାରିଣୀ ଆଦି ଅନେକ ମନ୍ଦିର ବନ୍ଦ ରହିଛି। ଏହି ମନ୍ଦିରଗୁଡ଼କର ସେବାୟତମାନେ ବି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

 

 

Comments are closed.