କରୋନା ଲଢେଇ ପାଇଁ ୧୧୦ କୋଟି ଦେଲା ଟ୍ବିଟର୍

ନୂଆଦିଲ୍ଲୀ, ୧୧/୦୫ : କରୋନାର ଦ୍ୱିତୀୟ ଲହରୀ ସହ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବାକୁ ଅନେକ ଦେଶ ସେଲିବ୍ରିଟି ଆଗକୁ ଆସିଛନ୍ତି। ଏହି ମଧ୍ୟରେ ଭାରତକୁ ସାହାଯ୍ୟ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ମଧ୍ୟ ୧୫ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୧୧୦ କୋଟି ଟଙ୍କା ଦାନ କରିଛି। ଟ୍ୱିଟରରେ ସିଇଓ ଜ୍ୟାକ୍ ଡୋର୍ସି ଏହି ସୂଚନା ଦେଇଛନ୍ତି।

ଏନେଇ ସେ ଟୁଇଟ୍ କରିବା ସହିତ ଏକ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଭାରତ କିପରି ଏହି ଟଙ୍କା ପାଇବ ସେହି ସମ୍ପର୍କରେ ସୂଚନା ଦିଆଯାଇଛି।

  ଗୁଗୁଲ୍ ଡକସ୍ ଡାଟାବେସ୍ ଅନୁଯାୟୀ, ଜ୍ୟାକ୍ ଡୋର୍ସି ଦେଇଥିବା ଟଙ୍କା CARE, Aid India ଏବଂ Sewa International USAକୁ ଦିଆଯିବ। ଏହି ଟଙ୍କାରେ ଅମ୍ଳଜାନ, ଭେଣ୍ଟିଲେଟର ପରି ମେସିନ୍ କିଣାଯିବ। ଯାହା ସରକାରୀ ଡାକ୍ତରଖାନା ଏବଂ କୋଭିଡ୍ କେୟାର ସେଣ୍ଟରରେ ପହଞ୍ଚାଯିବ।

Comments are closed.