କୁମ୍ଭମେଳା ଫେରନ୍ତାଙ୍କୁ ୧୪ ଦିନ କ୍ବାରେଣ୍ଟାଇନ୍‌

ଭୁବନେଶ୍ୱର, ୧୭।୪: କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍‌ ଲାଇନ୍‌ ଜାରି କଲେ ଏସ୍‌ଆର୍‌ସି। ଉତ୍ତରାଖଣ୍ଡରେ ପଞ୍ଜିକୃତ କରି ଫେରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହେଲା କଟକଣା । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲିଟି କମିସନରଙ୍କୁ ଏସ୍‌ଆରସି ଲେଖିଲେ ଚିଠି ।

ଓଡ଼ିଶା ଫେରିଲେ କୁମ୍ଭମେଳା ଶ୍ରଦ୍ଧାଳୁ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ । ସେମାନଙ୍କ ପାଇଁ ଆର୍‌ଟିପିସିଆର ଟେଷ୍ଟ ବାଧ୍ୟତାମୂଳକ ହେବ । ଟ୍ରେନ୍‌ ଓ ବିମାନରୁ ଫେରିବା ପୂର୍ବରୁ କରିବେ କରୋନା ଟେଷ୍ଟ। ସେମାନଙ୍କ ଗତି ବିଧି ଉପରେ ତଥ୍ୟ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ୱାରେଣ୍ଟାଇନ୍‌ରେ ରହିବା ସମୟରେ ଆଶା ଓ ଅଙ୍ଗନବାଡ଼ି କର୍ମୀ ସ୍ବାସ୍ଥ୍ୟ ତଦାରଖ କରିବେ ।

Comments are closed.