ଟିକା ଅଭାବରୁ ହଜା‌ର କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ବର, ୧୮।୪ : ରାଜ୍ୟରେ ଟିକା ଅଭାବରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି। ଟିକା ଅଭାବରୁ ୮ଟି ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏପରିକି ଟିକା ଅଭାବରୁ ରାଜ୍ୟରେ ପାଖାପାଖି ୧୦୦୦ଟି କେନ୍ଦ୍ର ବନ୍ଦ ରହିଛି।

ଗତକାଲି ୪୨୭ କେନ୍ଦ୍ରରେ ଟିକାକରଣ କରାଯାଇଛି। ଏଥିରେ ପ୍ରାୟ ୫୬ ହଜାର ଡୋଜ ଦିଆଯାଇଛି । ଆଜି ମଧ୍ୟ ସେହି ୪୨୭ କେନ୍ଦ୍ରରେ ଟିକାକରଣ ଜାରି ରହିଛି । ୩.୧ ଲକ୍ଷ କୋଭିସିଲଡ୍‌ ଟିକା ମହଜୁଦ ଅଛି । ଆଜି ୨ ଲକ୍ଷ କୋଭିସିଲଡ଼ ଟିକା ମିଳିବ। ଆସନ୍ତା କାଲିଠାରୁ ଟିକାକରଣ ସ୍ବାଭାବିକ ହେବ । କିନ୍ତୁ ଯେତିକି ଟିକା ଅଛି ତାହା ମଧ୍ୟ ଦୁଇ ତିନି ଦିନ ଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ ପାଣିଗ୍ରାହୀ କହିଛନ୍ତି।

 

Comments are closed.