୧୬ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ

୮୯ ଟି ‘ବହୁମୂଖୀ ଇନଡୋର ଷ୍ଟାଡିୟମ’ ନିର୍ମାଣକୁ ମଞ୍ଜୁରୀ

ଭୁବନେଶ୍ୱର, ୯।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ଏଥିରେ ୮୯ଟି ବହୁମୂଖୀ ଇନଡୋର ଷ୍ଟାଡିୟମନିର୍ମାଣ ନିମନ୍ତେ ମଞ୍ଜୁରୀ ପ୍ରଦାନ କରାଯାଇଛି ଏହି ଷ୍ଟାଡିୟମ୍‌ଗୁଡ଼ିକୁ ଦରକାର ପଡ଼ିଲେ କ୍ରୀଡ଼ାର ବିକାଶ ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳୀ ଡାକ୍ତରଖାନାରେ ରୂପାନ୍ତର କରାଯାଇପାରିବ ରାଜ୍ୟ ସରକାର ଏଥିପାଇଁ ୬୯୩.୩୫ କୋଟି ଟଙ୍କା ଖର୍ଚ୍ଚ କରିବେ

ବିଭିନ୍ନ ଇନ୍‌ଡୋର୍‌ ସ୍ପୋର୍ସ ପାଇଁ ଏହି ଷ୍ଟାଡିୟମ ବ୍ୟବହାର କରାଯିବ ରାଜ୍ୟରେ କ୍ରୀଡ଼ାର ବିକାଶରେ ଏହା ଏକ ବଳିଷ୍ଟ ଭୂମିକା ନିର୍ବାହ କରିବ ଆବଶ୍ୟକ ସ୍ଥଳେ ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯିବ

ପୌରାଞ୍ଚଳମାନଙ୍କରେ ତିଆରି ହେବାକୁ ଥିବା ଷ୍ଟାଡିୟମ ଆବଶ୍ୟକ ସ୍ଥଳେ ୧୦୦ ଶଯ୍ୟ ବିଶିଷ୍ଟ ଡାକ୍ତରଖାନା ଏବଂ ବିଜ୍ଞାପିତ ଅଞ୍ଚଳରେ ତିଆରି ହେବାକୁ ଥିବା ଷ୍ଟାଡିୟମରେ ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରାଯାଇ ପାରିବ

Comments are closed.