ଏଥର ବି ବିନା ଭକ୍ତରେ ସରିବ ପାର୍ବଣ ଋତୁ

ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଆଦି ପାଇଁ ଜାରି ହେଲା ଗାଇଡଲାଇନ୍‌

0

ଭୁବନେଶ୍ବର, ୯।୮: ଗତବର୍ଷ ଭଳି ଏ ବର୍ଷ ବି ବିନା ଭକ୍ତରେ ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଅନୁଷ୍ଠିତ ହେବ। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାଛଡ଼ା ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ପଡ଼ୁଥିବା ସବୁ ପାର୍ବଣ ଲାଗି ଏହି ନିୟମ ଲାଗୁ ହେବ। ସବୁ ପୂଜା ମଣ୍ଡପରେ ୪ ଫୁଟରୁ କମ୍ ଉଚ୍ଚତାରେ ହେବ ମୂର୍ତ୍ତି। ପୂଜା ମଣ୍ଡପ ତିନି ପଟରୁ ସମ୍ପୂର୍ଣ୍ଣ ଆବଦ୍ଧ ହେବ। ସାମ୍ନା ପଟରୁ ଏମିତି ଆବଦ୍ଧ ହେବ ଯେମିତି ଦର୍ଶନ କରିବେନି ଭକ୍ତ। କର୍ତ୍ତା, ପୁରୋହିତ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମିଶାଇ ୭ ଜଣଙ୍କୁ  ଅନୁମତି ମିଳିବ। ମଣ୍ଡପରେ ପୂଜା ପାଇଁ ଅନୁମତି ଜରୁରୀ କୌଣସି ପ୍ରକାରର ସାଜସଜ୍ଜାକୁ ବାରଣ କରାଯାଇଛି। କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ। ତେବେ ସୀମିତ ଛାତ୍ରଛାତ୍ରୀମାନଙ୍କୁ ନେଇ  ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ଲାଗି ଅନୁମତି ଦିଆଯାଇଛି।

ଏହାଛଡ଼ା କୋଭିଡ୍ ନିୟମ ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ। ଏହି ଅବସରରେ ଭୋଜିଭାତକୁ ବି ବାରଣ କରାଯାଇଛି। କୌଣସି ସ୍ଥାନରେ ଏହି ଅବସରରେ କୌଣସି ପ୍ରକାରର ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରିବ ନାହିଁ। ଏହାଛଡ଼ା ଭସାଣି ଯାତ୍ରାକୁ ବି ଅନୁମତି ନାହିଁ। ଏହି ସବୁ ନିୟମକୁ କଡ଼ାକଡ଼ି ଭାବେ ପାଳନର ତଦାରଖ ଲାଗି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର ଓ କଟକ-ଭୁବନେଶ୍ବର କମିସନରେଟ୍ ପୁଲିସକୁ ଦାୟିତ୍ବ ଦିଆଯାଇଛି ବୋଲି ମାର୍ଗଦର୍ଶିକାରେ କୁହାଯାଇଛି

Leave A Reply

Your email address will not be published.