ସ୍କୁଟର ଚାଳକ ଗଣିଲେ ୧୮ ହଜାର ୫ଶହ ଟଙ୍କାର ତଣ୍ଡ

0

ଭୁବନେଶ୍ବର, ୨୨।୩: ରାୟଗଡ଼ାରେ ଜଣେ ସ୍କୁଟର ଚାଳକଙ୍କ ଠାରୁ ଆଦାୟ ହୋଇଛି ୧୮ ହଜାର ୫ଶହ ଟଙ୍କାର ଜରିମାନା। ବୈଧ ଲାଇସେନ୍ସ ନଥିବା, ଟ୍ରାଫିକ ଆଇନ ଉଲ୍ଲଂଘନ କରିବା, ହେଲମେଟ ନପିନ୍ଧିବା ଓ ରେଡ୍‌ଲାଇଟ ସିଗ୍‌ନାଲ୍‌ ଅତିକ୍ରମ କରିବା ଆଦି ଅନେକ କାରଣ ଦର୍ଶାଇ ପରିବହନ ବିଭାଗ ପକ୍ଷରୁ ତାଙ୍କ ଠାରୁ ଏହି ଜୋରିମାନା ଆଦାୟ କରାଯାଇଛି।

ଗତକାଲି ସନ୍ଧ୍ୟାରେ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ରାୟଗଡ଼ା ସହରର ଡିଆଇବି ଛକ ନିକଟରେ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ସଂପୃକ୍ତ ସ୍କୁଟର ଚାଳକ ଅଟକି ନଥିଲେ। ସେ ଦ୍ରୁତ ଗତିରେ ଖସି ପଳାଇବାକୁ ପ୍ରୟାସ କରିଥିଲେ। ଉପସ୍ଥିତ ପୁଲିସ୍ କର୍ମଚାରୀମାନେ ତାଙ୍କୁ ପିଛା କରିଥିଲେ ଓ ଧରିଥିଲେ।

ତା’ପରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ତାଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା। ସେ ହେଲମେଟ୍ ପିନ୍ଧି ନଥିଲେ। ଗାଡ଼ିର ଇନ୍ସ୍ୟୁରାନ୍ସ କାଗଜପତ୍ର ନଥିଲା। ଏସବୁ ଦେଖିବା ପରେ ପରିବହନ ବିଭାଗ ଅଧିକାରୀମାନେ ତାଙ୍କ ଉପରେ ୧୮ ହଜାର ୫ ଶହ ଟଙ୍କାର ଫାଇନ୍ କରିଥିଲେ।

Leave A Reply

Your email address will not be published.