ସିଲ୍‌ ହେଲା ଏକ୍ସଆଇଏମ୍‌ବି: ଚିହ୍ନଟ ହେଲେଣି ୨୩ କରୋନା ଆକ୍ରାନ୍ତ

ଭୁବନେଶ୍ଵର, ୨୨।୩: ଭୁବନେଶ୍ଵରର ଘରୋଇ ଶିକ୍ଷାନୁଷ୍ଠାନ ଏକ୍ସଆଇଏମ୍‌ବିକୁ ସିଲ୍ କଲା ବିଏମସି। ଏଠାରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମସି ସିଲ୍ ଏହାକୁ କରିଛି। ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହଷ୍ଟେଲ ରୁମରେ ସଙ୍ଗରୋଧରେ ରଖାଯାଇଛି।

ତେବେ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏତଦ୍ ବ୍ୟତୀତ କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇ ଦେବ ବିଏମସି। କେବଳ ବିଏମସି କର୍ମଚାରୀଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ। ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ର ଓ ଶିକ୍ଷକଙ୍କ ଆଜି କୋଭିଡ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। XIMB ପରିସରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ କରାଯାଇଛି।

 

Comments are closed.