ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ

0

ଭୁବନେଶ୍ୱର,୭/୬ : ଆସନ୍ତାକାଲି ପ୍ରକାଶ ପାଇବ +୨କଳା ଏବଂ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ । ଅପରାହ୍ଣ ୪ଟାରେ ସିଏଚଏସଇ ଆନୁଷ୍ଠାନିକ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି । ଗତ ମେ’ ୩୧ରେ ଯୁକ୍ତ ଦୁଇ ବି‌ଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଥିଲା।

ଚଳିତ ଥର ଯୁକ୍ତ ୨ବିଜ୍ଞାନରେ ୮୪.୯୩% ପାସ୍ ହାର ରହିଥିବାବେଳେ ମୋଟ ୯୩,୭୩୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୮,୯୩୮ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ ।

ପ୍ରକାଶ ଯେ, ଚଳିତ ବର୍ଷ ମୋଟ୍ ୧,୧୪୫ପରୀକ୍ଷା କେନ୍ଦ୍ରରେ ୩ଲକ୍ଷ ୫୭ହଜାର ୯୪୨ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ବିଜ୍ଞାନରେ ୯୧,୩୭୯ଜଣ, ବାଣିଜ୍ୟରେ ୨୩,୧୪୮ଜଣ, କଳାରେ ୨ଲକ୍ଷ ୨୯ହଜାର ୧୧୦ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେପଟେ ମାର୍ଚ୍ଚ ୧ରୁ ଏପ୍ରିଲ୍ ୫ପର୍ଯ୍ୟନ୍ତ ଚାଲିଥିଲା ପରୀକ୍ଷା । ସିବିଏସଇ ବୋର୍ଡ଼ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇ ଥିବାବେଳେ ସିଏଚଏସଇ ଅଧୀନରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ରେଜଲ୍ଟ ପାଇଁ ଅପେକ୍ଷା କରିଛନ୍ତି।

 

Leave A Reply

Your email address will not be published.