ବିବାହ, ବ୍ରତ କଟକଣା କୋହଳ କଲା ବିଏମ୍‌ସି

ଯୋଗ ଦେଇପାରିବେ ୨୫୦ ଲୋକ

ଭୁବନେଶ୍ବର, ୩୦।୧୦: ଆଗକୁ ବିବାହ ଋତୁ ଆସୁଥିବା ବେଳେ ରାଜଧାନୀବାସୀଙ୍କୁ ମିଳିଛି ଖୁସି ଖବର। ରାଜ୍ୟ ଓ ରାଜଧାନୀରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ବିଏମ୍‌ସି ଏବେ କିଛି ନିୟମ କୋହଳ କରିଛି। କୋଭିଡକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବିବାହ, ବ୍ରତଘର ଉପରେ କଟକଣା ଜାରି କରାଯାଇଥିଲା। ମାତ୍ର ୫୦ ଜଣରେ ବିବାହ, ବ୍ରତ ସାରିବାକୁ ବିଏମ୍‌ସି କଡ଼ା କଟକଣା ଜାରି କରିଥିଲା। ତେବେ ବିବାହ, ବ୍ରତଘର ପାଳନ କଟକଣା କୋହଳ  କରିଛି ବିଏମ୍‌ସି। ଏଣିକି ଏହି କାର୍ଯ୍ୟରେ ୨୫୦ ଲୋକ ଯୋଗ ଦେଇପାରିବେ। ଏନେଇ ରାଜଧାନୀବାସୀ ଆଶ୍ବସ୍ତ ହୋଇଛନ୍ତି।

Comments are closed.