ଅଗଷ୍ଟ ୨୦ରୁ ଆରମ୍ଭ ହେବ +୩ ନାମଲେଖା ଆବେଦନ

ଭୁବନେଶ୍ଵର, ୧୭।୮: ଯୁକ୍ତ ୩ ନାମଲେଖା ପାଇଁ ବାହାରିଲା ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି। ଆସନ୍ତା ଅଗଷ୍ଟ ୨୦ରୁ ଆରମ୍ଭ ହେବ +୩ ନାମଲେଖା ଆବେଦନ। ଅଗଷ୍ଟ ୨୦ରୁ ସେପ୍ଟେମ୍ଵର ୪ ତାରିଖ ଯାଏ ଛାତ୍ରଛାତ୍ରୀମାନେ ଅନଲାଇନ୍‌ରେ ଆବେଦନ କରିପାରିବେ। samsodisha.gov.in ୱେବସାଇଟ୍‌ରେ ଅନଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆବେଦନ ପ୍ରକ୍ରିୟା ସରିବା ପରେ ସେପ୍ଟେମ୍ଵର ୯ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେପ୍ଟେମ୍ଵର ୯ରୁ ୧୪ ତାରିଖ ଯାଏ ସାମ୍‌ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ଫି ଦାଖଲ କରିବେ। ଏହାପରେ ସେପ୍ଟେମ୍ବର ୨୧ରେ ଦ୍ଵିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେହିପରି ସେପ୍ଟେମ୍ବର ୨୭ରେ ନାମଲେଖା ପ୍ରକ୍ରିୟା ସରିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.