ଭୁବନେଶ୍ୱରରୁ ରାୟଗଡ଼ା ରେଳରେ ଯାତ୍ରା କଲେ ରେଳମନ୍ତ୍ରୀ ଅଶ୍ବିନ ବୈଷ୍ଣବ

ଭୁବନେଶ୍ବର, ୧୯।୮: ରେଳ ମନ୍ତ୍ରୀ ଅଶ୍ବିନ ବୈଷ୍ଣବଙ୍କ ଓଡ଼ିଶାଗସ୍ତ ସମୟରେ ଆଜି ମନ୍ତ୍ରୀ ଭୁବନେଶ୍ୱରରୁ ରାୟଗଡ଼ା ରେଳରେ ଯାତ୍ରା କରିଛନ୍ତି ହୀରାଖଣ୍ଡ ଏକ୍ସପ୍ରେସରେ ସେ ଯାତ୍ରା କରିଛନ୍ତି ଏହାସହ ସେ ରେଳଯାତ୍ରୀଙ୍କ ଠାରୁ ରେଳ ଯାତ୍ରାରେ ହେଉଥିବା ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି। ରେଳ ମନ୍ତ୍ରୀ ରେଳରେ ଯାତ୍ରା କରିବା ପରେ କୋରାପୁଟ ରାୟଗଡ଼ାରେ ରେଳର ଭିତ୍ତିଭୂମିର ବିକାଶ ବିଷୟରେ ବେଶ ଆଶାବାଦୀ ଅଛନ୍ତି ସ୍ଥାନୀୟ ବାସିନ୍ଦା

ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିବା ପୂର୍ବରୁ ରେଳ ମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏହା ସହ ଷ୍ଟେସନ୍‌ର ପରିମଳ ବ୍ୟବସ୍ଥାର ପ୍ରଶଂସା କରିଛନ୍ତି ଏହାପରେ ସାଧାରଣ ଯାତ୍ରୀଙ୍କ ସହ ହୀରାଖଣ୍ଡ ଏକ୍ସପ୍ରେସରେ ସେ ଭୁବନେଶ୍ୱରରୁ ରାୟଗଡ଼ା ଯାତ୍ରା କରିଛନ୍ତି

 

Comments are closed.