୭୮ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଓଡ଼ିଶା ଡିଜିପି ‌ପଦକ

0

ଭୁବନେଶ୍ବର, ୪/୧: ଆଜି ପୁଲିସ ପ୍ରତିଷ୍ଠା ଦିବସ ଅବସ‌ରରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଲୋକଙ୍କ ଧନଜୀବନ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୭୮ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ପଦକ‌ (ଡିଜିପି ପଦକ) ପ୍ରଦାନ କରାଯାଇଛି। ଭୁବନେଶ୍ବରସ୍ଥିତ ପୁଲିସ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପଦକ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ନକ୍ସଲ ବିରୋଧୀ ଅଭିଯାନ) ସଂଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା) ଏସ୍‌ ସାଇନି , ଆଇଜିପି (ଅପରେସନ) ଡ ଦୀପକ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡ ସାର୍ଥକ ଷଡ଼ଙ୍ଗୀ, ଡିଆଇଜିପି (ସ୍ଵତନ୍ତ୍ର ଗୁଇନ୍ଦା ଶାଖା) ଅଖିଲେଶ୍ଵର ସିଂ, ଡିସିପି (ଭୁବନେଶ୍ବର) ଜଗମୋହନ ମୀନା, ଡିସିପି (କଟକ) ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସପି (ସ୍ପେଶାଲ ବ୍ରାଞ୍ଚ) ସୁନିଲ କୁମାର ନନ୍ଦ, ଏସପି (ପୁଲିସ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବୈରୀ) ଅଶୋକ କୁମାର ଦେହୁରୀଙ୍କ ସମେତ ଏସ୍‌ଓଜିର ୨୯ ଜଣ, ସ୍ପେଶାଲ ବ୍ରାଞ୍ଚର ୭ଜଣ, ଏସ୍‌ଆଇଡବ୍ଲୁ ର ୧୦ ଜଣଙ୍କ ସମେତ  ଅନ୍ୟାନ୍ୟ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ।

ଏଥିସହିତ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟର ସର୍ବଶ୍ରେଷ୍ଠ ପୁଲିସ ଥାନା ଭାବେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ଥାନାର ଇନ୍ସପେକ୍ଟର ବିମଳ କୁମାର କଅଁରଙ୍କୁ ମଧ୍ୟ ଡିଜିପି ପଦକ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ପୁଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।

 

Leave A Reply

Your email address will not be published.