ଆସନ୍ତା ୩୦ରେ ଉତ୍ତର ପ୍ରଦେଶରେ ଲୋକାର୍ପିତ ହେବ ୯ ମେଡିକାଲ କଲେଜ

ନୂଆଦିଲ୍ଲୀ, ୨୧।୭: ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶବାସୀଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୩୦ ତାରିଖରେ ୟୁପିରେ ୯ଟି ମେଡିକାଲ କଲେଜକୁ ଲୋକାର୍ପଣ କରିବେ ଏନେଇ ସିଦ୍ଧାର୍ଥ ନଗରଠାରେ ପ୍ରସ୍ତୁତି ଚାଲିଛି ଆଗାମୀ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ନଗର ଯାଇ କାର୍ଯ୍ୟକ୍ରମର ତଦାରଖ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ, ପ୍ରଧାନମନ୍ତ୍ରୀ ମେଡିକାଲ କଲେଜଗୁଡ଼ିକୁ ଲୋକର୍ପଣ କରିବା ପୂର୍ବରୁ ମେଡିକାଲ କର୍ମଚାରୀ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇଛିଏହାସହ ଲୋକର୍ପଣ ଦିନ ନିଜେ ପ୍ରଧାନମନ୍ତ୍ରୀ ୪୫୦ ଜଣ ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ବୋଲି ସୂଚନା ମିଳିଛି । କେବଳ ସେତିକି ନୁହେଁ ରାଜ୍ୟ ସରକାର ଚଳିତ ବର୍ଷ ଆଉ ୧୩ ଟି ମେଡିକାଲ କଲେଜ ଆରମ୍ଭ କରିବେ ବୋଲି କୁହାଯାଇଛିଲୋକାର୍ପଣ ହେବାକୁ ଥିବା ଏହି ୯ ଟି ମେଡିକାଲ କଲେଜ ବ୍ୟତିତ ଅଯୋଧ୍ୟା, ଫିରୋଜାବାଦ ଓ ଶାହାଜାହାପୁର ଜିଲ୍ଲାରେ ଥିବା ମେଡିକାଲଗୁଡ଼ିକୁ ଅପଗ୍ରେଡ କରି ମେଡିକାଲ କଲେଜ ଭାବେ ନିର୍ମାଣ କରାଯାଉଛି ।

ତେବେ ଜାତୀୟ ରାଜନୀତିରେ ପ୍ରଭାବ ରଖୁଥିବା ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟ ଶାସନରେ ଥିବା ବିଜେପି ସହ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସ ବି ପ୍ରସ୍ତୁତି ଜୋରଦାର କରିଛି ।

Comments are closed.