୨୬ରୁ ଖୋଲିବ ଦଶମ, ଦ୍ବାଦଶ ପିଲାଙ୍କ ହଷ୍ଟେଲ

ଭୁବନେଶ୍ୱର, ୨୧।୭: ଆସନ୍ତା ୨୬ ତାରିଖରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବ। ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଓ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଘରୋଇ ସଂସ୍ଥା ପରିଚାଳିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଗଣଶିକ୍ଷା, ଏସ୍‌/ଏସ୍‌ଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିବ। ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍ ଓ ଶୌଚାଳୟ ବିଶୋଧନ ହେବ। ହଷ୍ଟେଲ୍‌ରେ ଆଇସୋଲେସନ କକ୍ଷ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ଏସ୍‌ଓପିରେ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସଂସ୍ଥା ଛାତ୍ରଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ। ହଷ୍ଟେଲରେ ଯୋଗ ଦେବା ପୂର୍ବରୁ ଛାତ୍ରଛାତ୍ରୀ ଅଭିଭାବକଙ୍କର ଅନୁମତି ନେବେ। ସ୍ଥାନୀୟ ସ୍ୱାସ୍ଥ୍ୟ ସଂସ୍ଥା ସହିତ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ସଂପର୍କରେ ରହିବେ। ହଷ୍ଟେଲ ପରିସରରେ ଗହଳିକୁ ବାରଣ କରାଯାଇଛି। ଏଥିପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

Comments are closed.