ରାଜ୍ୟ କ୍ୟାବିନେଟ ବୈଠକରେ ୯ ପ୍ରସ୍ତାବକୁ ମୋହର: ଆରମ୍ଭ ହେବ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା

0

ଭୁବନେଶ୍ବର,୧୦।୭: ରାଜ୍ୟ କ୍ୟାବିନେଟ ବୈଠକ​‌ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି।  ପଞ୍ଚାୟତିରାଜ ବିଭାଗରେ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି।  ଆମା ଗାଁ ଆମ ବିକାଶ ର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ଆମ  ଓଡିଶା ନବୀନ ଓଡିଶା ଯୋଜନା  ଆରମ୍ଭ  କରିଛନ୍ତି ।  ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହିତ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ  ବଞ୍ଚାଇ ରଖିବା  ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।  ସେହିପରି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ମାଗଣାରେ ଜମି ଯୋଗାଇ ଦିଆଯିବ। ୮ ଏକର ମାଗଣା ଜମି ଯୋଗାଇ ଦିଆଯିବ। କୁଇ ଭାଷାକୁ ସମ୍ବିଧାନରେ  ସ୍ଥାନ ଦେବାକୁ ସୁପାରିସ କରାଯିବ। କେନ୍ଦ୍ରକୁ ସୁପାରିସ ପାଇଁ ପ୍ରସ୍ତାବରେ ଅନୁମୋଦନ କରାଯାଇଛି।

ଆମ  ଓଡିଶା ନବୀନ ଓଡିଶା ଯୋଜନା  ମାଧ୍ୟମରେ ଓଡ଼ିଶାର ଐତିହ୍ୟ ଏବଂ ସାଂସ୍କୃତିକ ଭିତ୍ତିଭୂମି ବିକାଶ, ପ୍ରାଥମିକ ଶିକ୍ଷା ଉନ୍ନତିକରଣ, ମହିଳା, ଯୁବକ ସଶକ୍ତିକରଣ ହାସଲ କରିବା ନିମନ୍ତେ ଭିତ୍ତିଭୂମିର ବିକାଶ, ଯୁବକମାନଙ୍କ ପାଇଁ କ୍ରୀଡା ସୁବିଧା, ବ୍ୟାଙ୍କିଙ୍ଗ୍ ସେବା ତଥା ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ଇତ୍ୟାଦି ପ୍ରସ୍ତାବ ଗ୍ରହଣ କରାଯିବ ।

ଉକ୍ତ ଯୋଜନା ଅଧିନରେ ଆର୍ଥିକ ବର୍ଷ ୨୦୨୩ -୨୪ ପାଇଁ ଟଙ୍କା ୪ହଜାର କୋଟି ବ୍ୟୟବରାଦ କରାଯାଇଛି ।  ପ୍ରତ୍ୟେକ ଗ୍ରାମପଞ୍ଚାୟତ ପାଇଁ  ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ ।

ପଞ୍ଚାୟତୱାରୀ  ପ୍ରକଳ୍ପ  ତାଲିକା  ବ୍ଲକ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଏବଂ ଜିଲା ପରିଷଦ ସଭାପତି ଙ୍କର ଦସ୍ତଖତ ସହିତ  ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତି  ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ବିଭାଗକୁ ପ୍ରେରଣ  କରାଯିବ। ଉକ୍ତ ପ୍ରୟାସ ରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଗୁଡିକର ମୂଲ୍ୟ ୨ ଲକ୍ଷ ୫୦ ହଜାର ରୁ ଟଙ୍କା ୧୦ ଲକ୍ଷ ମଧ୍ୟରେ ରହିବ । ଆବଶ୍ୟକ ସ୍ଥଳେ ସରକାର ଏହି ସୀମାକୁ ପରିବର୍ତ୍ତନ କରିପାରିବେ । ପ୍ରକଳ୍ପଗୁଡିକ ଉପଯୁକ୍ତ ପ୍ରକ୍ରିୟା ଅନୁଯାୟୀ ପଞ୍ଚାୟତ ସମିତି ଦ୍ୱାରା ବିଭାଗୀୟ ଭାବରେ କାର୍ଯ୍ୟକାରୀ ହେବ |

Leave A Reply

Your email address will not be published.